Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ନିର୍ବାଚନୀ ହିଂସା: ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତଦେହର ଡିଏନଏ ଟେଷ୍ଟ କରିବାକୁ ଆଦେଶ ଦେଲେ କଲିକତା ହାଇକୋର୍ଟ

13/07/2021 at 5:14 PM

କୋଲକାତା ୧୩।୦୭: ବିଜେପି କାର୍ଯ୍ୟକର୍ତ୍ତା ଅଭିଜିତ ସରକାରଙ୍କ ମୃତ ଶରୀରର ଡିଏନଏ ଟେଷ୍ଟ କରିବାକୁ ଆଦେଶ ଦେଲେ କଲିକତା ଉଚ୍ଚ ନ୍ୟାୟାଳୟ। କାରଣ ତାଙ୍କ ଭାଇ ବିଶ୍ଵଜିତ ସରକାର ଅଭିଜିତଙ୍କ ଶବ ଚିହ୍ନଟ କରି ପାରିଲେ ନାହିଁ। ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଆଦେଶ ପାରିତ କରି ଉଚ୍ଚନ୍ୟାୟାଳୟ କହିଛନ୍ତି, ନମୂନା କମାଣ୍ଡ ହସ୍ପିଟାଲରେ ଏକତ୍ର କରାଯିବ ଏବଂ ପରୀକ୍ଷଣ ପାଇଁ ସିଏଫଏସଏଲ କୋଲକାତା ପଠାଯିବ।

ଯାଞ୍ଚ ରିପୋର୍ଟ ସାତ ଦିନରେ ଭିତରେ ଦେବାକୁ ଅଦାଲତ କହିଛନ୍ତି। ଏହା ପୂର୍ବରୁ ହାଇକୋର୍ଟ ବିଜେପି କାର୍ଯ୍ୟକର୍ତ୍ତା ଅଭିଜିତ ସରକାରଙ୍କ ମୃତ ଶରୀରର ଦ୍ଵିତୀୟ ଥର ପରୀକ୍ଷା ପାଇଁ କହିଥିଲେ। ଅଦାଲତ ଜାତୀୟ ମାନବାଧିକାର ଆୟୋଗର ଯାଞ୍ଚକୁ ମଧ୍ୟ ଜୁଲାଇ ୧୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ମେ ୨ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ଭଙ୍ଗାରୁଜା, ଜୋଳାପୋଡାରେ ବହୁ ଧନଜୀବନ କ୍ଷତି ଘଟିଥିଲା। ଏହା ପରେ ଗୃହ ମନ୍ତ୍ରଣାଳୟ ଦ୍ଵାରା ନିଯୁକ୍ତ ଚାରି ଜଣିଆ ଟିମ୍ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଏହା ବ୍ୟତୀତ ରାଜ୍ୟପାଳ ଜଗଦୀପ ଧନକଡ ମଧ୍ୟ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ।

ମମତା ପ୍ରଥମେ ହିଂସାର ଯାଞ୍ଚ ଘଟଣାକୁ ବିରୋଧ କରିଥିଲେ। ସେ ଅଭିଯୋଗ କରିଥିଲେ ନିର୍ବାଚନୀ ପରବର୍ତ୍ତୀ ହିଂସା ବିଜେପି ପ୍ରାୟୋଜିତ। ତେବେ ହାଇକୋର୍ଟ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ହିଂସାର ପ୍ରତିଟି ମାମଲାରେ ଏଫଆଇଆର ରୁଜୁ କରି ଯାଞ୍ଚ କରିବାକୁ ମମତା ବାନାର୍ଜୀ ସରକାରଙ୍କୁ ଆଦେଶ ଦେଇଥିଲେ। ଏଥିସହ ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ଗଠିତ ଟିମ୍‌କୁ ତଦନ୍ତ ପାଇଁ ଅଧିକ ସମୟ ଦେଇଥିଲେ।

   Related Posts