କରୋନା କଟକଣାକୁ ଫୁ : ବୀମା ଟଙ୍କା ନେବାକୁ ଲାଗିଛି ଚାଷୀଙ୍କ ଭିଡ, କାହା ମୁହଁରେ ନାହିଁ ମାସ୍କ, ମାନୁନାହାନ୍ତି ସାମାଜିକ ଦୂରତା

Published By : Prameya-News7 Bureau | September 30, 2020 IST

ଚାନ୍ଦବାଲି ୩୦।୯: କରୋନା କଟକଣାକୁ ମାନିଲେନି ବୀମାଧାରୀ ଚାଷୀ । ସମବାୟ ବ୍ୟାଙ୍କ ଆଗରେ ଶତାଧିକ ଚାଷୀଙ୍କ ଭିଡ । ଚାନ୍ଦବାଲି ସମବାୟ ବ୍ୟାଙ୍କ ଆଗରେ ଶତାଧିକ ଚାଷୀ ଗତକାଲି ରାତି ୯ଟାରୁ ଧାଡି ବାନ୍ଧି ଛିଡା ହୋଇଛନ୍ତି ଶତାଧିକ ଚାଷୀ । ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନାହିଁ । ସାମାଜିକ ଦୂରତା କଥା ପଚାରେ କିଏ ।

ରାଜ୍ୟରେ କରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ଲୋକେ କିନ୍ତୁ ବେଖାତିର । ଚାନ୍ଦବାଲିର ଏଭଳି ଦୃଶ୍ୟ ହିଁ ତାହା ବୟାନ କରୁଛି । ଟିକେ ଭଲଭାବେ ଦେଖନ୍ତୁ ଏହି ଭିଜୁଆଲକୁ…

wp:html /wp:html

ବ୍ୟାଙ୍କ ଆଗରେ କିଭଳି ଲମ୍ବା ଲାଇନ୍ ଲାଗିଛି । ବହୁ ବୟସ୍କ ବ୍ୟକ୍ତି ମଧ୍ୟ ଲାଇନ୍‌ରେ ବସିରହିଛନ୍ତି । ଚାନ୍ଦବାଲି ସମବାୟ ବ୍ୟାଙ୍କ ଅଧିନରେ ୧୯ଟି ସେବା ସମବାୟ ସମିତି ରହିଛି । ଜୟସଦପୁର, ଯଶୀପୁର, ଓରାସହି, ମାଧପୁର, ତେନ୍ତୁଳିଡିହି ଆଦି ସେବା ସମବାୟ ସମିତିର ବୀମା ରାଶି ଅର୍ଥ ଆସିଛି । ବୀମା ଅର୍ଥ ନେବାକୁ ବୀମାଧାରୀଙ୍କ ଏହି ଭିଡ ଜମିଛି । ଅନ୍ୟପଟେ ଏକାସହ ୫ଟି ସେବା ସମବାୟ ସମିତିର ଶତାଧିକ ଚାଷୀଙ୍କୁ ବୀମା ଟଙ୍କା ଦିଆଯାଉଥିବାରୁ ଭିଡ ଜମିଥିବା ଲୋକେ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.