Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆନ୍ଦୋଳନ ବେଳେ ଆଇନ ଭାଙ୍ଗିଲେ ଚାଷୀ, ଢୋଲ ନାଗରା ସହ ପଶିଲେ ନୋଏଡା ଅଥରିଟିଙ୍କ କାର୍ଯ୍ୟାଳୟରେ, ଜାଣନ୍ତୁ କେଉଁଠି ହୋଇଛି କ’ଣ ?

27/09/2021 at 7:14 PM

ନୂଆଦିଲ୍ଲୀ ୨୭।୯: ମିଳିତ କୃଷକମଞ୍ଚ ୨୭ ସେପ୍ଟେମ୍ବର ଭାରତ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ବୋଲି ଘୋଷଣା କରିଥିଲେ। ଏଥିଲାଗି କୃଷକ ସଙ୍ଗଠନ ଗାଇଡଲାଇନ ମଧ୍ୟ ଜାରି କରିଥିଲେ। କୌଣସି ପ୍ରକାର ହିଂସା, ଉପଦ୍ରବ ଭାରତ ବନ୍ଦ କାଳରେ ଆନ୍ଦୋଳନର ଅଂଶ ହେବ ନାହିଁ ବୋଲି କହିଥିଲେ ମଞ୍ଚର ଗାଜିପୁର ବର୍ଡର ମୁଖପାତ୍ର ଜଗତାର ସିଂ ବାଜୱା। ହେଲେ ବନ୍ଦପାଳନ କାଳରେ ବ୍ୟାପକ ହିଂସାର ସୂଚନା ଆସୁଛି। ଏଥିରେ ବିକ୍ଷୋଭକାରୀ ଚାଷୀ ଢୋଲ ନାଗରା ବଜାଇ ନୋଏଡା ଅଥରିଟିଙ୍କ କାର୍ଯ୍ୟାଳୟରେ ପଶିଯିବା ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଥିଲା।

କେବଳ ଏତିକି ନୁହେଁ ଚାଷୀମାନେ ଏଠାରେ ବାରିକେଡ ଭାଙ୍ଗିବା ସହ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ କରିଥିବାର ଡଣାପଡିଛି। ତେବେ ଚାଷୀମାନେ ଏଠାରେ ଚାଷ ଲାଗି ବାରିକେଡ ଭାଙ୍ଗିନାହାନ୍ତି କି ନୋଏଡା ଅଥରିଟିଙ୍କ କାର୍ଯ୍ୟାଳୟରେ ପଶି ନାହାନ୍ତି। ନୋଏଡା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମନମୁଖୀ ଶୁଳ୍କନୀତିକୁ ବିରୋଧ କରି ୮୧ଟି ଗାଁର ଲୋକେ ଏହି ବିକ୍ଷୋଭ କରିଥିବାର ଜଣାପଡିଛି।

ସୋମବାର ଦିଲ୍ଲୀ କୃଷକ ଆନ୍ଦୋଳନକୁ ୧୦ ମାସ ପୂରଣ ହୋଇଛି। ଏହି ଅବସରରେ ମିଳିତ କୃଷକମଞ୍ଚ ସାରା ଦେଶରେ ବନ୍ଦ ପାଳନ କରିଥିବା ବେଳେ ସଡ଼କ ଓ ରେଳ ମାର୍ଗ ଅବରୋଧ କରିଥିଲେ। ଦିଲ୍ଲୀ କଂଗ୍ରେସ ସଭାପତି ଅନୀଲ ଚୌଧୁରୀ ଗାଜିପୁର ବର୍ଡରରେ ପହଞ୍ଚି ଆନ୍ଦୋଳନ ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ। ସେ କୃଷକଙ୍କ ମଞ୍ଚରେ ମଧ୍ୟ ବସିଥିଲେ। ତେବେ ଚାଷୀ ତାଙ୍କୁ ମଞ୍ଚରୁ ହଟାଇ ଦେଇଥିବା ଜଣାପଡିଛି।

ମଞ୍ଚର ରାଜନୀତିକରଣକୁ ପ୍ରଥମରୁ ବାରଣ କରାଯାଇଛି ବୋଲି କୃଷକନେତାମାନେ କହିଥିଲେ। ଏଣୁ କୌଣସି ରାଜନୈତିକ ବ୍ୟକ୍ତି ମଞ୍ଚରେ ବସି କୃଷକ ଆନ୍ଦୋଳନକୁ ରାଜନୈତିକ ଆନ୍ଦୋଳନରେ ପରିଣତ କରନ୍ତୁନି ବୋଲି ନିବେଦନ କରାଯାଇଥିଲା। ଏଣୁ ଚୌଧୁରୀ ବାଧ୍ୟ ହୋଇ ମଞ୍ଚରୁ ଓହ୍ଲାଇଯାଇଥିଲେ। କୃଷକଙ୍କ ବନ୍ଦକୁ ସାରା ଦେଶରେ କଂଗ୍ରେସ ସମର୍ଥନ କରିଛି। ଏଣୁ ଚାଷୀମାନେ ଚୌଧୁରୀ ଓ ତାଙ୍କ ଦଳକୁ କୃତଜ୍ଞତା ଜଣାଇଥିଲେ। ତେବେ ଆନ୍ଦୋଳନ ଲାଗି ସାରା ଦିଲ୍ଲୀ ପଡିଛି ଆପଣ ସେଠାରେ ଆନ୍ଦୋଳନ କରନ୍ତୁ ବୋଲି ଚୌଧୁରୀଙ୍କୁ କହିଥିଲେ। ତେବେ ଚାଷୀଙ୍କ ବିକ୍ଷୋଭକୁ ଆସିବାରେ ତାଙ୍କର କୌଣସି  ରାଜନୈତିକ ଏଜେଣ୍ଡା ନଥିଲା ବୋଲି ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି।  

   Related Posts