ଚାଲିଛି ଅନ୍ତର୍ଜାତୀୟ ଭିଣ୍ଟେଜ୍ କାର ରାଲି ଓ Concours d’Eleganceର ନବମ ସଂସ୍କରଣ, ଜମୁଛି ଦର୍ଶକ ଓ ପର୍ଯ୍ୟଟଙ୍କ ଭିଡ
15/02/2020 at 9:37 PM

ଗୁରୁଗ୍ରାମ ୧୫।୨: ଭାରତ ସରକାରଙ୍କ ସହଯୋଗୀତାରେ ୨୧ ଗନ ସାଲ୍ୟୁଟ୍ ହେରିଟେଜ୍ ଏଣ୍ଡ କଲଚର ଟ୍ରଷ୍ଟ ପକ୍ଷରୁ ଶନିବାର ଆରମ୍ଭ ହୋଇଛି ଭିଣ୍ଟେଜ କାର ରାଲି ଓ କଙ୍କର୍ସ ଡି ଏଲିଗାନ୍ସର ନବମ ସଂସ୍କରଣ। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ମହାରାଜ ମୋଟରସାଇକେଲ ଓ କାର ଅଂଶଗ୍ରହଣ କରିଛନ୍ତି। ଯାହାକୁ ଦେଖିବାକୁ ଏବେ ଦେଶବିଦେଶର ଦର୍ଶକ ଓ ପର୍ଯ୍ୟଟକଙ୍କ ଭିଡ ଜମିଛି। ଏହି କାର୍ଯ୍ୟକ୍ରମକୁ ପଞ୍ଜାବ ରାଜ୍ୟପାଳ ତଥା ୟୁଟି ପ୍ରଶାସକ ଭି.ପି.ସିଂହ ବଦନୋର ଉଦଘାଟନ କରିଛନ୍ତି।

ମୋଟରିଂ ପ୍ରତି ଭାରତୀୟଙ୍କ ଆଗ୍ରହ ଓ ଏକ୍ଷେତ୍ରରେ ପରବର୍ତ୍ତି ବୈଷୟିକ ପରିବର୍ତ୍ତନର ଏହି ପ୍ରଦର୍ଶନରେ ପୁରୁଣା କାର ଓ ମୋଟର ସାଇକେଲ ଲୋକଙ୍କୁ ତାଜ୍ଜୁବ କରୁଛି। ତେବେ ଏଠାରେ ଲୋକଙ୍କ ଆକର୍ଷଣର ଯାହା କେନ୍ଦ୍ର ରହିଛି ତାହା ହେଉଛି ଗାର୍ଡନ ସେଟିଂ ଲାଗି ଆଧୁନିକ ଯନ୍ତ୍ରପାତି। ଏହା ଛଡା ଏଠାରେ ପ୍ରଦର୍ଶିତ ହେଉଥିବା ୧୯୩୮ର ରୋଲସ ରୟସ୍ ୨୫/୩୦, ମାସେରଟି ୩୫୦୦ ଜିଟି ସିଡରକୁ ଲୋକେ ବୁଲିବୁଲି ଦେଖୁଥିବାର ଦେଖାଯାଇଛି।

ଏହାଛଡା ପ୍ରଦର୍ଶନୀରେ ଦରଭଙ୍ଗା ମହାରାଜାଙ୍କ ୧୯୩୮ ବେଣ୍ଟଲେ ଏଚ୍ଏଚ୍, ଭୋପାଲ ମହାରାଜାଙ୍କ ୧୯୬୬ ଜାଗୁଆର ଇ-ଟାଇପ୍, ୧୯୫୯ ସେଭର୍ଲେ ଇମ୍ପାଲା, ଖିମସାର ଯୁବରାଜଙ୍କ ୧୯୩୬ ମର୍ସିଡିଜ ବେଞ୍ଜ, ରାଜକୋଟ ଠାକୋର ସାହେବ ମାନ୍ଧାତା ସିଂହଜି ଜାଡେଜାଙ୍କ ୧୯୪୭ ପେକଡ୍ କ୍ଲିପର ଓ ଡୁଙ୍ଗରପୁର ଯୁବରାଜ ହର୍ଷବର୍ଦ୍ଧନ ସିଂହଙ୍କ ୧୯୪୭ ପେକଡ ଡିଲକ୍ସ କ୍ଲିପର ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଚଳିତବର୍ଷ ଏହି କାର୍ଯ୍ୟକ୍ରମ ଅବସରରେ ଇନକ୍ରିଡେବଲ ଇଣ୍ଡିଆ ରାଲିର ଆୟୋଜନ କାର୍ଯ୍ୟକ୍ରମ ମଧ୍ୟ ରହିଛି।