ରେଲଓ୍ବେ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ବିନୋଦ ଯାଦବ

Published By : Prameya-News7 Bureau | January 01, 2019 IST

ନୂଆଦିଲ୍ଲୀ ୦୧|୦୧: ରେଲଓ୍ବେ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ବିନୋଦ ଯାଦବ । ଦାୟିତ୍ବ ନେଲା ପରେ ସେ କହିଛନ୍ତି ଭାରତୀୟ ରେଳ ବିଭାଗ ସୁରକ୍ଷା ଏବଂ ଯାତ୍ରୀଙ୍କ ସୁବିଧା ଉପରେ ଧ୍ୟାନ ଦେବା ଜାରି ରଖିବେ । ବିନୋଦ ଯାଦବଙ୍କୁ ଏସସିଆର ଜିଏମରୁ ମିଳିଲା ପଦୋନ୍ନତି । ୧୯୮୦ ବ୍ୟାଚ୍ ର ଆଇଆରଏସଇଇ ଅଫିସର ବିନୋଦ ଯାଦବ । ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର । ସେ ଜାନୁଆରୀ ୨୦୧୭ରୁ ଦୁଇ ବର୍, ପର୍ଯ୍ୟନ୍ତ ଏସସିଆରେ କାର୍ଯ୍ୟରତ ଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଡିଭିଜନର ସୁରକ୍ଷା, ଭିତ୍ତିଭୂମୀ ବୃଦ୍ଧି କରିବା, ବିଦ୍ୟୁତକର, କାର୍ଗୋ ଆନ୍ଦୋଳନ ଏବଂ ଯାତ୍ରୀଙ୍କ ସୁରକ୍ଷା ନେଇ ପଦକ୍ଷେପ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.