ରେଲୱେ ବୋର୍ଡର ପ୍ରଥମ ସିଇଓ ଭାବେ ନିଯୁକ୍ତ ହେଲେ ବିନୋଦ କୁମାର ଯାଦବ

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୦୪/୦୯: ଭାରତୀୟ ରେଲଓ୍ବେ ବୋର୍ଡ ତାର ପ୍ରଥମ ସିଇଓକୁ ନିଯୁକ୍ତ ଦେଇଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳର ନିଯୁକ୍ତି କମିଟି ରେଲଓ୍ବେ ବୋର୍ଡର ରିଷ୍ଟ୍ରକଚରିଂ ହିସାବରୁ ନିଯୁକ୍ତିକୁ ମଞ୍ଜୁରି ଦେଇଛି। ଏହା ପରେ ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ଭି କେ ଯାଦକଙ୍କୁ ବୋର୍ଡ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (ସିଇଓ) ଭାବେ ନିଯୁକ୍ତ କରାଗଲା। ତେବେ ଏହା ହେଉଛି ରେଲଓ୍ବେ ବୋର୍ଡ ସିଇଓ ନିଯୁକ୍ତ କରିବା ହେଉଛି ରେଳ ଇତିହାସର ପ୍ରଥମ ଘଟଣା।

ଭିକେ ଯାଦବଙ୍କ ବ୍ୟତୀତ ରେଳବାଇ ବୋର୍ଡରେ ୪ ସଦସ୍ୟ ରହିବେ। ବୋର୍ଡ ପୁନର୍ଗଠନ ମଞ୍ଜୁରି ମିଳିବା ପରେ ଏବେ ରେଳବାଇ ବୋର୍ଡ ସଦସ୍ୟଙ୍କ ସଂଖ୍ୟା ୮ରୁ କମି ୫ କରି ଦିଆଯାଇଛି। ସିଇଓ ଭିକେ ଯାଦବଙ୍କ ବ୍ୟତୀତ ପ୍ରଦୀପ କୁମାର (ଇନଫ୍ରାଷ୍ଟ୍ରଚର) ପିସି ଶର୍ମା (ରୋଲିଂ ଷ୍ଟକ୍), ପିଏସ୍ ମିଶ୍ର (ଅପରେସନ୍ ଆଣ୍ଡ ବିଜନେସ୍ ଡେଭଲପମେଣ୍ଟ) ଏବଂ ମଂଜୁଳା ରଙ୍ଗରାଜନଙ୍କୁ ଫାଇନାନ୍ସ ସଦସ୍ୟ କରାଯାଇଛି।

ବିନୋଦ କୁମାର ଯାଦବ ୧୯୮୦ ବ୍ୟାଚର ଇଣ୍ଡିଆନ୍ ରେଲଓ୍ବେ ସଭିର୍ର୍ସ ଅଫ୍ ଇଲେକଟ୍ରିକାଲ ଇଞ୍ଜିନିୟର ଥିଲେ। ସିଇଓ ନିଯୁକ୍ତି ହେବା ପୂର୍ବରୁ ଜାନୁଆରୀ ୧ତାରିଖରେ ରେବାଇ ବୋର୍ଡର ଚେୟାରମ୍ୟାନ ଭାବେ ଦ୍ବିତୀୟ ଥର ନିଯୁକ୍ତ କରାଯାଇଥିଲା।  ଯାଦବ ଦୁଇ ଭାଇ। ତାଙ୍କର ସାନ ଭାଇ ଗୋବିନ୍ଦ ଯାଦବଙ୍କ ଦେହାନ୍ତ ଘଟିଛି। ଆହ୍ଲାବାଦରୁ ଇଞ୍ଜିନିୟରିଂ କରିବା ପରେ ସେ ଅଷ୍ଟ୍ରେଲିଆରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଭିକେ ଯାଦବ ୨୦୧୨ରେ ଲକ୍ଷ୍ମୌର ଡିଆରଏମ୍ ବି ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.