ସ୍ତ୍ରୀ ପିଲାଙ୍କୁ ଛାଡି ସନ୍ୟାସୀ ହୋଇ ଯାଇଥିଲେ ବିନୋଦ: ପିତାଙ୍କ ମୃତ୍ୟୁପରେ ପୁଅ ଖୋଲିଥିଲେ ତାଙ୍କ ଫେରିବାର ରହସ୍ୟ

Published By : Prameya-News7 Bureau | January 21, 2021 IST

ମୁମ୍ବାଇ ୨୧/୦୧ : ବଲିଉଡ୍ ରେ ଏମିତି ଅନେକ ତାରକା ଅଛନ୍ତି ଯେଉଁ ମାନେ ନିଜର କ୍ୟାରିୟର ର ସଫଳତାରେ ପହଞ୍ଚିବା ପରେ ମଧ୍ୟ ଗ୍ଲାମର୍ସ ଦୁନିଆକୁ ଛାଡି ସାଧାରଣ ଜୀବନ ବଞ୍ଚିବାର ନିଷ୍ପତି ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଭିନେତା ବିନୋଦ ଖନ୍ନା ଥିଲେ। ଯିଏକି ନିଜର କ୍ୟାରିଅର ରେ ସଫଳତାର ଶୀର୍ଷରେ ପହଞ୍ଚି ମଧ୍ୟ ସଂସାର ତ୍ୟାଗ କରି ‘ଓଶୋ’ ଆଶ୍ରମରେ ସନ୍ୟାସୀ ହୋଇ ରହୁଥିଲେ।

ବିନୋଦ ଖନ୍ନା ନିଜ ଜୀବନର ଏହି ନିଷ୍ପତି ତାଙ୍କର ବନ୍ଧୁ ମହେଶ ଭଟ୍ଟଙ୍କ କହିବାରୁ ନେଇଥିଲେ। ମହେଶ ବିନୋଦ ଖନ୍ନାଙ୍କୁ ଫିଲ୍ମ ଦୁନିଆକୁ ଛାଡି ଆଧ୍ୟାତ୍ମିକ ଦୁନିଆରେ ଯିବା ପାଇଁ ପ୍ରେରିତ କରିଥିଲେ। ବିନୋଦ ତାଙ୍କ ମା’ଙ୍କର ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ। ସେହି ସମୟରେ ମହେଶ ଭଟ୍ଟ ତାଙ୍କୁ ‘ଓଶୋ’ ଆଶ୍ରମ ବିଷୟରେ କହିଥିଲେ ଯାହା ଦ୍ୱାରା ସେ ବିଶେଷ ପ୍ରଭାବିତ ହୋଇ ଦୁଇଜଣ ‘ଓଶୋ’ ଆଶ୍ରମରେ ଯାଇ ଶରଣ ପଶିଥିଲେ ଏବଂ କିଛି ଦିନ ପରେ ମହେଶ ଭଟ୍ଟ ସେଠାରୁ ଚାଲି ଆସିଥିଲେ କିନ୍ତୁ ବିନୋଦଙ୍କୁ ‘ଓଶୋ’ ନିଜ ସହ ଆମେରିକା ନେଇ ଯାଇଥିଲା। କିନ୍ତୁ ପାଖାପାଖି ୧୦ ବର୍ଷ ଓଶୋର  ସରଣରେ ରହିବା ପରେ ସେ ପୁଣି ଥରେ ଫିଲ୍ମ ଦୁନିଆକୁ ଫେରିଥିଲେ।

{"id":395992,"sizeSlug":"large","linkDestination":"none"}

ଦୁଃଖର ବିଷୟ ଏହା ଥିଲା , ସେତେବେଳକୁ  ତାଙ୍କର ଫିଲ୍ମ ଦୁନିଆରୁ ପରିଚୟ ହଜି ସାରିଥିଲା ଏବଂ ଅମିତାଭ ବଲିଉଡ୍ ରେ ଖେଳେଇ ହୋଇଯାଇଥିଲେ। ଏହିପରି ଭାବେ ସେ ତାଙ୍କର କ୍ୟାରିୟର କୁ ବର୍ବାଦ କରିଦେଇଥିଲେ। ୨୦୧୭ ମସିହାରେ   ବିନୋଦ ବ୍ଲଡ଼୍ କ୍ୟାନ୍ସର ରେ ମୃତ୍ୟୁବରଣ କରିଥିଲେ। ପିତାଙ୍କ ଦେହାନ୍ତର ୨ବର୍ଷ ପରେ ତାଙ୍କ ପୁଅ ଅକ୍ଷୟ ଖନ୍ନା ଏହି ରହସ୍ୟ ର ପରଦା ଉଠାଇଥିଲେ, ଯେ କାହିଁକି ତାଙ୍କ ବାପା ନିଜ ସ୍ତ୍ରୀ ପିଲାଙ୍କୁ ଛାଡି ସନ୍ୟାସୀ ହୋଇଯାଇଥିଲେ ଏବଂ ସେ କାହିଁକି ପୁଣିଥରେ ଫେରିଥିଲେ।

ଅକ୍ଷୟ ଖନ୍ନା ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି, 'ଯେତେବେଳେ ମୁଁ ୫ ବର୍ଷର ହୋଇଥିଲି ଏ କଥା ବୁଝି ପାରୁନଥିଲି କିନ୍ତୁ ଏବେ ବୁଝି ପାରୁଛି। କୁହାଯାଉଛି , ଲୋକଙ୍କୁ  ଓଶୋ ରୁ ମୋହଭଙ୍ଗ ହୋଇଯାଇଥିଲା ଯେଉଁ କାରଣରୁ ସମସ୍ତେ ନିଜ ନିଜର ରାସ୍ତା ଦେଖୁଥିଲେ , ତାଙ୍କ ବାପା ମଧ୍ୟ ଏହି କାରଣରୁ ଫେରି ଆସିଥିଲେ। ଯଦି ଏମିତି ହୋଇନଥାନ୍ତା ତେବେ ସେ କେବେ ବି ଫେରି ନଥାନ୍ତେ ।'

{"id":395993,"sizeSlug":"large","linkDestination":"none"}

ବିନୋଦ ଖନ୍ନାଙ୍କ ଓଶୋରେ ଯାଇ ରହିବା ଦ୍ୱାରା ତାଙ୍କ ସ୍ତ୍ରୀ ପିଲାଙ୍କୁ ଅନେକ କିଛି ସହିବାକୁ ପଡିଥିଲା। ତାଙ୍କ ସ୍ତ୍ରୀ ଗୀତାଞ୍ଜଳି  ଯେବେ ତାଙ୍କ ପୁଅ ଅକ୍ଷୟ ଏବଂ ରାହୁଲ କୁ ସ୍କୁଲ ଛାଡିବାକୁ ଯାଉଥିଲେ, ସ୍କୁଲ ର ସବୁ ପିଲା ତାଙ୍କୁ, ତାଙ୍କ ବାପା ନିଜର ଗୁରୁ ସହ ପଲାଇଛନ୍ତି ବୋଲି କହି ଚିଡ଼ାଉଥିଲେ । ଏଭଳି ଅପମାନ ଶୁଣି ଗୀତାଞ୍ଜଳି ବହୁ ଚିନ୍ତାରେ ରହୁଥିଲେ ଏବଂ ଏହି କାରଣରୁ ସେ ବିନୋଦ ଖନ୍ନାଙ୍କୁ ଛାଡପତ୍ର ମଧ୍ୟ ଦେଇଥିଲେ।

ଫିଲ୍ମ ଦୁନିଆକୁ ଫେରିବା ପରେ ବିନୋଦ ଦ୍ୱିତୀୟ ବିବାହ କରିଥିଲେ। ପରେ ତାଙ୍କର ଏକ ପୁଅ ସାକ୍ଷୀ ଖନ୍ନା ହୋଇଥିଲେ। ଅକ୍ଷୟଙ୍କ ଭାଇ, ରାହୁଲ ଖନ୍ନା ମଧ୍ୟ ଅଭିନୟ କରୁଥିଲେ କିନ୍ତୁ ସେ ଅକ୍ଷୟ ଙ୍କ ପରି ଲୋକପ୍ରିୟ ହୋଇନଥିଲେ। ଅକ୍ଷୟ ଖନ୍ନା ଆଜି ପର୍ଯ୍ୟନ୍ତ ବିବାହ କରିନାହଁନ୍ତି, ତାଙ୍କର କହିବା କଥା ସେ ଗୋଟିଏ ସମ୍ପର୍କରେ ଦୀର୍ଘଦିନ ଧରି ବାନ୍ଧି ହୋଇ ରହିପାରିବେ ନାହିଁ। ଏହା ଛଡା ତାଙ୍କୁ ପିଲା ମଧ୍ୟ ପସନ୍ଦ ନୁହେଁ । ଏହି କାରଣରୁ ସେ ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି।

{"id":395995,"sizeSlug":"large","linkDestination":"none"}

ଅକ୍ଷୟ ଖନ୍ନା ଦିନେ କପୁର ବଂଶର ଜ୍ବାଇଁ ହେବାକୁ ଯାଉଥିଲେ। ରଣବୀର କପୁର, କରିସ୍ମା କପୁରଙ୍କର ବିବାହ ପ୍ରସ୍ତାବ ଅକ୍ଷୟ ଙ୍କ ଘରକୁ ପଠାଇଥିଲେ କିନ୍ତୁ କରିସ୍ମାଙ୍କ ମା ଏହି ବିବାହ କୁ ଚହୁଁନଥିଲେ କାରଣ ସେ କରିସ୍ମା ଙ୍କ କ୍ୟାରିୟର ଖୁବ ଉପରକୁ ନେବାକୁ ଚାହୁଁଥିଲେ। ଏହି କାରଣରୁ ବିବାହ ବୋଇପାରି ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.