ନୂଆଦିଲ୍ଲୀ ୦୬।୦୫: ବିନୋଦ କାମ୍ବଲିଙ୍କ ୧୯୭୨ ମସିହା ଜାନୁଆରୀ ୧୮ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହୋଇଥିଲା। ସେ ଗରିବ ପରିବାରରୁ ଆସିଥିଲେ। ତାଙ୍କ ପିତା ଗଣପତ ଜଣେ ମେକାନିକ୍ ଥିଲେ। ବିନୋଦ କାମ୍ବଲି ଓ କ୍ରିକେଟ୍ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦୁହେଁ ବାଲ୍ୟସାଥୀ। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଦୁହେଁ ପାଖାପାଖି ଏକ ସଙ୍ଗେ ପଦାର୍ପଣ କରିଥିଲେ, ମାତ୍ର ଦୁଇ ଜଣଙ୍କ କ୍ୟାରିୟର ବହୁତ ଭିନ୍ନ ରହିଥିଲା। କେବଳ ୧୭ଟି ଟେଷ୍ଟ ଓ ୧୦୪ ଦିନିକିଆ ମ୍ୟାଚ୍ ପରେ କାମ୍ବଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କ୍ୟାରିୟର ସମାପ୍ତ ହୋଇଥିଲା, ମାତ୍ର ତାଙ୍କ ନାମରେ ଏମିତି ଏକ ରେକର୍ଡ ରହିଛି, ଯାହାକୁ ସଚିନ, ଗାଭାସ୍କରଙ୍କ ପରି ମହାନ ଖେଳାଳି ଭାଙ୍ଗି ପାରି ନାହାନ୍ତି। ୨୧ ବର୍ଷ ବୟସରେ କାମ୍ବଲି ନିଜର ପ୍ରଥମ ଟେଷ୍ଟ ଖେଳିଥିଲେ ଓ ୨୩ ବର୍ଷ ବସୟରେ ଶେଷ ଟେଷ୍ଟ ମ୍ୟାଚ୍ ୧୯୯୫ ନଭେମ୍ବର ୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ।
{"id":265733,"sizeSlug":"large"}କାମ୍ବଲି ନିଜର ନାମରେ ଏମିତି ଏକ ରେକର୍ଡ କରିଛନ୍ତି, ଯାହାକୁ ସଚିନ ଓ ଗାଭାସ୍କରଙ୍କ ପରି ଖେଳାଳି ଭାଙ୍ଗି ପାରି ନାହାନ୍ତି। କାମ୍ବଲି ଭାରତୀୟ କ୍ରିକେଟ୍ ଦଳ ପକ୍ଷରୁ ସବୁଠୁ କମ ବୟସରେ ଦ୍ଵିଶତକ ଅର୍ଜନ କରିବାର ଖେଳାଳି ହୋଇ ରହିଛନ୍ତି। କାମ୍ବଲି ୨୧ ବର୍ଷ ଓ ୩୨ ଦିନ ବୟସରେ ଇଂଲଣ୍ଡ ବିରୋଧରେ ମୁମ୍ବାଇରେ ୨୨୪ ରନର ଇନିଂସ ଖେଳି ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଥିଲେ। ଗାଭାସ୍କର ୧୯୭୧ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୨୧ ବର୍ଷ ୨୭୭ ଦିର ବୟସରେ ଦ୍ଵିଶତକ ହାସଲ କରିବାର ରେକର୍ଡ କରିଥିଲେ। ଅନ୍ୟପଟେ ସଚିନ ୨୬ ବର୍ଷ ବୟସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ଵିଶତକ ହାସଲ କରିଥିଲେ। ସବୁଠୁ କମ ବୟସରେ ଦ୍ଵିଶତକ ମାରିବାର ରେକର୍ଡ ପାକିସ୍ତାନର ଜାଭେଦ ମିଆଁଦାଦଙ୍କ ନାମରେ ରହିଛି। ଜାଭେଦ ୧୯ ବର୍ଷ ୧୪୦ ଦିନ ବୟସରେ ନିଜର ପ୍ରଥମ ଟେଷ୍ଟ ଦ୍ଵିଶତକ ଲଗାଇ ବିଶ୍ଵ ରେକର୍ଡର ଅଧିକାରୀ ହୋଇଥିଲେ।
ସ୍କୁଲରେ ସଚିନଙ୍କ ସହିତ ଖେଳିଥିଲେ ବଡ ଭାଗିଦାରୀ ଇନିଂସ
ସ୍କୁଲରେ କ୍ରିକେଟ୍ ଖେଳିବା ସମୟରେ କାମ୍ବଲି ଓ ସଚିନ ବଡ ଭାଗିଦାରୀ କରିଥିଲେ। ଉଭୟ ୬୬୪ ରନର ଭାଗିଦାରୀ ଯୋଡିଥିଲେ। ଏହି ଇନିଂସ ଉପରେ ଉଭୟ ଖେଳାଳି ଚର୍ଚ୍ଚାକୁ ଆସିଥିଲେ। କାମ୍ବଲି ଏହି ମ୍ୟାଚ୍ରେ ୩୪୯ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହା ସହିତ ୩୭ ରନ ଦେଇ ୬ଟି ଓ୍ଵିକେଟ୍ ମଧ୍ୟ ନେଇଥିଲେ।
ରଣଜୀ ଟ୍ରଫିରେ ଛକା ସହିତ ଇନିଂସ ଆରମ୍ଭ କରିଥିଲେ
୧୯୮୯ରେ କାମ୍ବଲି ନିଜର ପ୍ରଥମ ରଣଜୀ ମ୍ୟାଚ୍ ଖେଳିଥିଲେ। ଗୁଜରାଟ ବିପକ୍ଷରେ ପଦାର୍ପଣ ମ୍ୟାଚ୍ରେ କାମ୍ବଲି ଛକା ସହିତ ଇନିଂସ ଆରମ୍ଭ କରିଥିଲେ।
{"id":265734,"sizeSlug":"large"}କ୍ରମାଗତ ଦୁଇଟି ଟେଷ୍ଟ ମ୍ୟାଚ୍ରେ ଡବଲ୍ ସେଞ୍ଚୁରୀ
୧୯୯୩ ଫେବୃଆରୀ-ମାର୍ଚ୍ଚରେ କାମ୍ବଲି କ୍ରମାଗତ ଦୁଇଟି ଟେଷ୍ଟରେ ଦ୍ଵିଶତକ ଅର୍ଜନ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୨୨୪ ରନର ଇନିଂସ ଖେଳିଥିଲେ। ଏହା ପରେ ଜିମ୍ବାଓ୍ଵେ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ୨୨୭ ନର ପାଳି ଖେଳିଥିଲେ।
ତିନୋଟି ଟେଷ୍ଟରେ କ୍ରମାଗତ ଶତକ
ଦୁଇଟି ଶତକୀୟ ଇନିଂସ ପରେ କାମ୍ବଲୀ ଏମିତି ଏକ ରେକର୍ଡ କରିଥିଲେ ଯେଉଁଥିରେ ସମସ୍ତ କ୍ରିକେଟ୍ ପ୍ରଶଂସକ ଆଚମ୍ବିତ ହୋଇ ପଡିଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ପରବର୍ତ୍ତୀ ଇନିଂସରେ ୧୯୯୩ ଜୁଲାଇରେ ୧୨୫ ରନର ଇନିଂସ ଖେଳିଥିଲେ। ଅର୍ଥାତ ଦୁଇଟି କ୍ରମାଗତ ଦ୍ଵିଶତକ ପରେ କାମ୍ବଲି ଆଉଏକ ଶତକୀୟ ଇନିଂସ ଖେଳିଥିଲେ।
ଟେଷ୍ଟ କ୍ରିକେଟ୍ରେ ସବୁଠୁ ଦ୍ରୁତତମ ୧୦୦୦ ରନ
ନିଜ ସମୟରେ କମାଲ ବ୍ୟାଟିଂ କରୁଥିବା କାମ୍ବଲି ନିଜର ଟେଷ୍ଟ କ୍ୟାରିୟରରେ ମାତ୍ର ୧୪ଟି ଇନିଂସରୁ ଦ୍ରୁତତମ ୧୦୦୦ ରନ କରିଥିଲେ। ବର୍ତ୍ତମାନ ମଧ୍ୟ ଭାରତୀୟ ବ୍ୟାସଟମ୍ୟାନଙ୍କ ମଧ୍ୟରେ ତାଙ୍କର ଏହି ରେକର୍ଡ ଅତୁଟ ରହିଛି।