କ୍ରୀଡାରତ୍ନ ପୁରସ୍କାର ପୂର୍ବରୁ କୋଭିଡ ଚିହ୍ନଟ ହେଲେ ମହିଳା ରେସ୍ଲର ଭିନେଶ ଫୋଗଟ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮।୮: କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗାଦନ ଲାଗି ସର୍ବୋଚ୍ଚ କ୍ରିଡା ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ଶନିବାର ଅନୁଷ୍ଠିତ ହେବ। ଜାତୀୟ କ୍ରୀଡା ଦିବସରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ମହିଳା ରେସ୍ଲର ଭିନେଶ୍ ଫୋଗଟ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭିନେଶ ଚଳିତବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥାନ୍ତେ। ତେବେ ତା ପୂର୍ବରୁ ତାଙ୍କ କୋଭିଡ ରିପୋର୍ଟ ତାଙ୍କୁ ଉତ୍ସବରୁ ଦୂରେଇ ଦେଇଛି।

{"id":321802,"sizeSlug":"large"}

କେବଳ ଭିନେଶ ନୁହନ୍ତି ପ୍ରାରମ୍ଭିକ ଦିନମାନଙ୍କରେ ତାଙ୍କର କୋଚ୍ ଥିବା ଓ.ପି. ଦହିୟା ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶନିବାର ଉତ୍ସବରେ ତାଙ୍କୁ ମଧ୍ୟ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯିବାର ଥିଲା। ତେବେ ଉଭୟ ଗୁରୁ ଓ ଶିଶ୍ୟା କାର୍ଯ୍ୟକ୍ରମରୁ ଏବେ ବାଦ ପଡିଛନ୍ତି। ଦେଶର କ୍ରିଡା କ୍ଷେତ୍ରରେ ଭିନେଶଙ୍କ ଯୋଗଦାନ ଉଲ୍ଲେଖନୀୟ । ସେ ଉଭୟ ରାଷ୍ଟ୍ରମଣ୍ଡଳ ଓ ଏସିୟ କ୍ରୀଡାରେ ସ୍ୱର୍ଣ୍ଣ ବିଜୟୀ ହେବା ସହ ଦେଶ ଲାଗି ଗୌରବ ଅର୍ଜନ କରିଛନ୍ତି।

{"id":321805,"sizeSlug":"large"}

ଚଳିତବର୍ଷ କ୍ରୀଡାରତ୍ନ ଲାଗି ଭିନେଶଙ୍କୁ ମନୋନୟନ କରାଯାଇଥିବା ବେଳେ ତାଙ୍କ କୋଚ୍ ମଧ୍ୟ ଉତ୍ସବରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଗ୍ରହଣରୁ ବଞ୍ଚିତ ହେବେ। ଭିନେଶ ଗତ ଅଷ୍ଟାଦଶ ଏସିୟ କ୍ରିଡାରେ ୫୦ କେଜି ବର୍ଗରେ ଭାରତ ଲାଗି ସ୍ୱର୍ଣ୍ଣ ଜିତିଥିଲେ। ଲଗାତାର ଦୁଇ ଏସୀୟ କ୍ରିଡାରେ ମେଡାଲ ଜିତିବାରେ ଭିନେଶ  ପ୍ରଥମ ଭାରତୀୟ ମହିଳା ରେସ୍ଲର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.