୨୦୨୦ ଅଲିମ୍ପିକ ପାଇଁ କ୍ବାଲିଫାଇ କରିଥିବା ପ୍ରଥମ ମହିଳା କୁସ୍ତିଯୋଦ୍ଧା ହେଲେ ଭିନେଶ ଫୋଗାଟ

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ ୧୮/୯: ଭାରତର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ବିଶ୍ବ କୁସ୍ତି ଚାମ୍ପିଅନଶିପରେ ଦମଦାର ପ୍ରଦର୍ଶନ କରି ଅଲିମ୍ପିକର କୋଟା ଜିତିଯାଇଛନ୍ତି। ଗତକାଲି ବିଶ୍ବ କୁସ୍ତି ଚାମ୍ପିଅନଶିପ୍ ଆରମ୍ଭରୁ ସେ ଭଳ ପ୍ରଦର୍ଶନ କରିଥିଲେ ସୁଦ୍ଧା ଜାପାନର ଚାମ୍ପିଅନ ମାୟୁ ମୁକୈଦାଙ୍କଠୁ ପରାସ୍ତ ହୋଇ ବିଶ୍ବ କୁସ୍ତି ଚାମ୍ପିଅନଶିପରୁ ବାଦ୍ ପଡ଼ିଥିଲେ। କିନ୍ତୁ ଭାଗ୍ୟ ତାଙ୍କ ସାଥ୍ ଦେଇଥିଲା ଏବଂ ତାଙ୍କୁ ରେପେଚେଜ ରାଉଣ୍ଡ ଜରିଆରେ ମେଡାଲ ଜିତିବାର ସୁଯୋଗ ମିଳିଥିଲା ଏବଂ ଏବେ ସେ ୨୦୨୦ ଅଲିମ୍ପିକରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ହେବାର ସୁନାମ ଅର୍ଜନ କରିଛନ୍ତି।

{"id":159464}

ଫୋଗାଟ କୁସ୍ତି ଚାମ୍ପିଅନଶିପରେ ରେପେଚେଜର ଦ୍ବିତୀୟ ମୁକାବିଲାରେ ୟୁଏସଏର ସାରା ଏନଙ୍କୁ ୮-୨ରେ ହରାଇ ଅଲିମ୍ପିକ୍ କୋଟା ହାସଲ କରିଛନ୍ତି ଏବଂ ଏବେ ବ୍ରୋଞ୍ଜ ମେଡାଲ ପାଇଁ ଆଜି ତାଙ୍କ ମୁକାବିଲା ମାରିଆ ପ୍ରେବୋଲାରାକିଙ୍କ ସହ ହେବ। ଏହା ପୂର୍ବରୁ ଭିନେଶ ୫୩କିଗ୍ରା ବର୍ଗରେ ରେପେଚେଜ ପ୍ରଥମ ମୁକାବିଲାରେ ୟୁଲିଆ ଖାବଲଦଜୀଙ୍କୁ ଏକତରଫା ମୁକାବିଲାରେ ୫-୦ରେ ପରାସ୍ତ କରିଥିଲେ।

{"id":159465}

ହରିୟାଣାର ଭିନେଶ ରାଷ୍ଟ୍ରସମୂହ ଏବଂ ଏସୀୟ ଖେଳରେ ସେ ବିଜୟ ହାସଲ କରିଛନ୍ତି। କିନ୍ତୁ ବିଶ୍ବ ଚାମ୍ପିଅନଶିପରେ ଏବେ ଯାଏଁ ପଦକ ଜିତିବାରେ ଅସଫଳ ରହିଛନ୍ତି ସେ।

{"id":159466}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.