ଜେଲରେ ନିର୍ଭୟା ଦୋଷୀ ବିନୟ ଶର୍ମାର ଅନଶନ, କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୨:  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ସାନି ଡେଥ ୱାରେଣ୍ଟ ଲାଗି ସୋମବାର ଶୁଣାଣି ବେଳେ ତିହାର କର୍ତ୍ତୃପକ୍ଷ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ ଅନ୍ୟତମ ଦୋଷୀ ବିନୟ ଶର୍ମା ଜେଲରେ ଅନଶନ ଚଳାଇଥିବା ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ସୂଚିତ କରିଥିବା ବେଳେ ଆଇନ ଅନୁସାରେ ତାର ଦେଖାସୁଣା କରିବାକୁ  ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

{"id":225508,"sizeSlug":"large"}

ସେହିପରି ନିର୍ଭୟା ଦୋଷୀଙ୍କ ଲାଗି କୋର୍ଟ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ବୃନ୍ଦା ଗ୍ରୋଭରଙ୍କ ବଦଳେ ଅନ୍ୟ ଜଣେ ଅଧିବକ୍ତାଙ୍କ ଦ୍ୱାରା ଶୁଣାଣି ଲାଗି ମୁକେଶର ନିବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି। ଫଳରେ ମୁକେଶ ଲାଗି କୋର୍ଟରେ ରବି କାଜୀ ଶୁଣାଣିରେ ଉପସ୍ଥିତ ଅଛନ୍ତି। ସେପଟେ ନିର୍ଭୟାଙ୍କ ମା ଆଶା ଦେବୀ କୋର୍ଟରୁ ଅପରାଧୀଙ୍କ ନିମନ୍ତେ  ଡେଥ ୱାରେଣ୍ଟ ଜାରୀ ନେଇ ଆଜି ବି ଆଶାବାଦୀ ଥିବା ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି।

{"id":225509,"width":582,"height":349,"sizeSlug":"large"}

ମାମଲାରେ ଅନେକ ତାରିଖ ଗଡିଗଲାଣି। ଡେଥ ୱାରେଣ୍ଟ ଜାରି ହୋଇ ମଧ୍ୟ ଦଣ୍ଡପାଳନ ପୂର୍ବରୁ ରହିତାଦେଶ ଜାରି କରାଯାଇଛି। ତେବେ ବିଚାର ପ୍ରକ୍ରିୟା ଆଗକୁ କେଉଁ ମୋଡ ନେଉଛି ଆଶାଦେବୀ ତାକୁ ଅପେକ୍ଷା କରି ରହିଛନ୍ତି। ଇତିମଧ୍ୟରେ ବିନୟ ଶର୍ମାର ଦୟା ନିବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିବା ବେଳେ ଏବେ ଆଇନର ଶେଷ ବିକଳ୍ପ ଅପଣାଇ ପାରେ ବୋଲି ଆଶଙ୍କା କରାଯାଉଛି।  ତେବେ କୋର୍ଟରେ ସୋମବାର ନିର୍ଭୟା ଦୋଷୀମାନଙ୍କ ନୂଆ ଡେଥ୍ ୱାରେଣ୍ଟ ନେଇ ଶୁଣାଣି ଶେଷ କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.