Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||
  • ପାଟଣା : ବିଷାକ୍ତ ଓ ଅପମିଶ୍ରିତ ମଦ ନେଲା ଜୀବନ ! ସ୍କୁଲ ବାରଣ୍ଡାର ବୃଦ୍ଧଙ୍କ ମୃତଦେହ ଠାବ
  • ||
  • ଚଣ୍ଡିଖୋଲ : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଯୁବତୀ ଗୁରୁତର
  • ||
  • ଚଣ୍ଡିଖୋଲ : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଯୁବତୀ ଗୁରୁତର
  • ||
  • ସିଙ୍ଘୁ ବର୍ଡରରୁ ଗିରଫ ହେଲା ସୁଟର, କୃଷକ ନେତାଙ୍କୁ ହତ୍ୟା କରିବା ପାଇଁ କରିଥିଲା ଯୋଜନା, ଦିଲ୍ଲୀ ପୋଲିସ ଉପରେ ଲଦିଲା ଦୋଷ
  • ||

କୋର୍ଟରେ ନିର୍ଭୟା ଦୋଷୀଙ୍କ ନୂଆ ବାହାନା, ବିନୟ ଶର୍ମା କହିଲା ଠିକ୍ ନାହିଁ ମାନସିକ ସ୍ଥିତି

13/02/2020 at 6:59 PM

ନୂଆଦିଲ୍ଲୀ ୧୩।୨: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀଙ୍କ ଦଣ୍ଡବିଧାନକୁ ନେଇ ଏବେବି ଟଳିନି ଅନିଶ୍ଚିତତା। କୋର୍ଟ ସେମାନଙ୍କୁ ଆଇନରେ ଥିବା ସମସ୍ତ ବିକଳ୍ପ ୭ ଦିନ ମଧ୍ୟରେ ଉପଯୋଗ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଏପର୍ଯ୍ୟନ୍ତ ସର୍ବକ୍ଷମା ଆବେଦନ କରିନଥିବା ବିନୟ ଶର୍ମା ରାଷ୍ଟ୍ରପତିଙ୍କୁ ଦୟା ବେଦନ କରିଥିବା ବେଳେ ତାହା ଅଗ୍ରାହ୍ୟ ହୋଇଛି।

ଏଥିରେ ବିନୟ ସର୍ବକ୍ଷମା ଆବେଦନ ପ୍ରକ୍ରିୟା ଉପରେ ପ୍ରଶ୍ନ କରିଥିବା ବେଳେ ନିଜର ମାନସିକ ସ୍ଥିତି ଠିକ ନଥିବା ଦର୍ଶାଇ ଗୁରୁବାର ଦଣ୍ଡକ୍ଷମା ଲାଗି କୋର୍ଟଙ୍କ ଶରଣାପନ୍ନ ହୋଇଥିଲା । ତେବେ ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ନିବେଦନ ଅଗ୍ରାହ୍ୟ ହେବା ନେଇ ବିନୟ କରିଥିବା ନିବଦେନର ଶୁଣାଣି କରି କୋର୍ଟ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

ବିନୟଙ୍କ ପକ୍ଷରୁ ଓକିଲ ଦଣ୍ଡ ଟାଳିବା ନିମନ୍ତେ ବିନୟର ମାନସିକ ସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ସୂଚୀତ କରିଥିଲେ। ଏଥିରେ ଓକିଲ ଏ.ପି.ସିଂହ ଜେଲରେ ଦୋଷୀଙ୍କୁ ଦିଆଯାଇଥିବା ଶାରୀରିକ ଓ ମାନସିକ ନିର୍ଯାତନା ଯୋଗୁ ଅତୀତରେ ବିନୟ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏବଂ ଔଷଧ ଖାଇଥିବା କୋର୍ଟଙ୍କୁ ଜଣାଇଥିଲେ। ଏଣୁ ଆଇନର ଧାରା ୨୧ ଅନୁସାରେ ଏହା ଦୋଷୀର ବଞ୍ଚିବାର ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ।

ଦୋଷୀଙ୍କ ଦୟା ନିବେଦନ ଅଗ୍ରାହ୍ୟକୁ ନେଇ ଓକିଲ ଏ.ପି.ସିଂହ ମୂଳ ଫାଇଲ ଦେଖିବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲେ। ଏଥିରେ ଗୃହମନ୍ତ୍ରୀ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦସ୍ତଖତ ହୋଇଛି କି ନା ତାହା ନିଜେ ସ୍ପଷ୍ଟ କରିବାକୁ ଚାହିଁଥିଲେ। ଏଥିଲାଗି ସେ ଆରଟିଆଇରେ ମଧ୍ୟ ନିବେଦନ କରିଥିବାର କୋର୍ଟଙ୍କୁ ଜଣାଇଥିଲେ। ଡିଫେନ୍ସ କାଉନସେଲଙ୍କ ତର୍କରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ସମସ୍ତ କାଗଜ ପ୍ରଦାନ କରିବା ସହ ସେଥିରେ ଦସ୍ତଖତ ଥିବା କହିଥିଲେ।

ତେବେ ବିନୟଙ୍କ ଓକିଲ ଏହା ଅସଲି କାଗଜପତ୍ର ନୁହେଁ ବୋଲି ଖଣ୍ଡପୀଠଙ୍କୁ କହିଥିଲେ। ଏଥିରେ ଜଷ୍ଟିସ୍ ଭାନୁମତି କହିଥିଲେ ଯେ ଏହା ଆପଣଙ୍କ ଲାଭ ଲାଗି ନୁହେଁ ବରଂ ଅଦାଲତଙ୍କ ସନ୍ତୁଷ୍ଟି ଲାଗି ବୋଲି କହିଥିଲେ। ହେଲେ କାହାକୁ ଫାଶୀରେ ଝୁଲାଯିବା କୌଣସି ବ୍ୟକ୍ତିଗତ ବ୍ୟାପାର ନୁହେଁ ଏହା ଉପରାଜ୍ୟପାଳଙ୍କ ସାମ୍ବିଧାନିକ ଦାୟିତ୍ୱବୋଲି କୋର୍ଟଙ୍କୁ ସୂଚିତ କରିଥିଲେ। ବିନୟ ଶର୍ମାଙ୍କ ଓକିଲ ଏ.ପି.ସିଂହ କୋର୍ଟଙ୍କୁ କହିଥିଲେଯେ ଦେଶରେ ପ୍ରଥମଥର ଏପରି ୪ ଜଣ ଦଣ୍ଡିତ ହେବାକୁ ଯାଉଛନ୍ତି ଯେଉଁମାନେ ଅଭ୍ୟାସଗତ ଅପରାଧୀ ନୁହଁନ୍ତି।

ସେହିପରି ରାଷ୍ଟ୍ରପତିଙ୍କ ନିକଟରେ ଏବେବି ଅନେକ କ୍ଷମାନିବେଦନ ଲମ୍ବିତ ପଡିଛି। ଏଥିରେ କେବଳ ଏହି ଗୋଟିଏ ମାମଲାର ଦୋଷୀଙ୍କ ଲାଗି ପିକ୍ ଏଣ୍ଡ ଚୁଜ  ନୀତି ଅବଲମ୍ବନ କରାଯାଉଥିବାରୁ ସନ୍ଦେହ ପ୍ରକାଶ କରିଥିଲେ। ତେବେ ଜେଲରେ ସବୁ ବନ୍ଦୀଙ୍କ ରୁଟିନ ମାନସିକ ଯାଞ୍ଚ ହେଉଥିବା ସୋଲିସିଟର ଜେନେରାଲ କୋର୍ଟଙ୍କୁ କହିଥିଲେ। ଏଥିରେ କୋର୍ଟ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

   Related Posts