Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଭୀମସାରକୁ ପୁଣି ପଶିଲା ମହାମାରୀ, ରୋଗୀ ପଜିଟିଭ ଚିହ୍ନଟ ପରେ ଓ୍ୱାର୍ଡ ବିଶୋଧନ

5/04/2021 at 10:22 AM

ସମ୍ୱଲପୁର ୫/୪: ଗତ କିଛିଦିନର ବିରତି ପରେ ବୁର୍ଲା ଭୀମସାରକୁ ପୁଣି ଫେରିଛି କରୋନା ମହାମାରୀ । ଏଠାରେ ଥିବା କାର୍ଡିଓଲୋଜି ବିଭାଗର ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ୱାର୍ଡକୁ ବିଶୋଧନ କରାଯାଇଛି । ଏହାସହ ତୁରନ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି ।

ସଂକ୍ରମିତ ଚିହ୍ନଟ ରୋଗୀ ଜଣକ ହେଉଛନ୍ତି ବୌଦ୍ଧ କଣ୍ଟାମାଳର ୪୬ ବର୍ଷିୟ ଯୁବକ । ସୂଚନା ଅନୁଯାୟୀ ହୃଦ୍‌ରୋଗ ସମସ୍ୟା ଯୋଗୁଁ ଉକ୍ତ ଯୁବକ ଗତ ୨ ତାରିଖ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ ।  ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା । ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତଥାପି ସନ୍ଦେହ କରି ତାଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା ପାଇଁ କହିଥିଲେ ଏବଂ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା । ରବିବାର ଅପରାହ୍ନ ସମୟରେ ତାଙ୍କ ଆର୍‌ଟି ପିସିଆର୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ଉକ୍ତ ରୋଗୀଙ୍କ ପାଖରେ ଯେଉଁ ଚାରିଜଣ ରୋଗୀ ରହିଥିଲେ ତାଙ୍କ ମଧ୍ୟ ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇଛି । କରୋନା ସନ୍ଦେହ ଥିବା ରୋଗୀଙ୍କୁ ରଖିବା ପାଇଁ କାର୍ଡିଓଲୋଜି ବିଭାଗରେ ଏକ ସ୍ୱତନ୍ତ୍ର ୱାର୍ଡ ରହିଛି । ଗତ ୫ ମାସ ପରେ ଭିମସାରର ୱାର୍ଡ ଭିତରେ କରୋନା ରୋଗୀ ହେବା ଘଟଣା ପରେ ଭୟର ବାତାବରଣ ସୃଷ୍ଟି କରିଛି ।

   Related Posts