ଗୌରବ ଆଣିଲେ ଡାକ୍ତର ସଞ୍ଜୀବ କୁମାର ମିଶ୍ର, WHO ପରିଚାଳିତ ବିଶେଷ ପାଠ୍ୟକ୍ରମ ପାଇଁ ମନୋନୀତ

Published By : Prameya-News7 Bureau | October 30, 2020 IST

ସମ୍ବଲପୁର, ୩୦୧୦ଓଡିଶା ପାଇଁ ଗୌରବ ଆଣିଲେ ଭିମସାରର ବରିଷ୍ଠ ଆବାସିକ ଡାକ୍ତର ସଞ୍ଜୀବ କୁମାର ମିଶ୍ର । ସଂଜୀବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ହୁ ଇନଫୋଡ଼େମିକ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ମନୋନୀତ ହୋଇ ଏହି ଗୌରବ ଆଣିଛନ୍ତି । ୟୁଏସଏର ସିଡ଼ିସି ସହଯୋଗରେ ହୁ ଦ୍ୱାରା ମିଳିତ ଆନୁକୁଲ୍ୟରେ ତାଙ୍କୁ ତାଲିମ ପ୍ରଦାନ କରାଯିବ।

ଏହି ତାଲିମ କାର୍ଯ୍ୟକ୍ରମରେ ସାରା ବିଶ୍ବରୁ  ପ୍ରାୟ ୨୦୦ ଜଣ ଅଂଶ ଗ୍ରହଣ କରୁଥିବାବେଳେ ସର୍ବଭାରତୀୟ ସ୍ତରରେ ୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏହି ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ସଂଜୀବ । ଏହି ପାଠ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଇନଫୋଡ଼େମିକ ପରିଚାଳନା ସ୍କିଲସ୍ ସେକ୍ଟରର ଏକ ସ୍ପେକ୍ଟ୍ରମ ଏବଂ ଇନଫୋଡେମିକ ପ୍ରୟୋଗ କରିବା ପାଇଁ ଆବଶ୍ୟକ ସ୍କିଲ୍ ସମୁହ ଉପରେ ଧ୍ୟାନ ଦେବେ।

ଭୁଲ ସୂଚନା ସହିତ ବ୍ୟକ୍ତିବିଶେଷ ଏବଂ ସମ୍ପ୍ରଦାୟର ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ପରିଚାଳନା ହସ୍ତକ୍ଷେପ, ଅଭ୍ୟାସ ଏବଂ ଆତ୍ମରକ୍ଷାକାରୀ ସ୍ୱାସ୍ଥ୍ୟ ଆଚରଣ ପାଇଁ ବ୍ୟକ୍ତିବିଶେଷଙ୍କ ଆତ୍ମଦକ୍ଷତାକୁ ପ୍ରତ୍ସାହିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.