Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କୋଭିଡ୍ ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ : ରାତିରେ ଟଣାଓଟରା କଲେ ପୀଡିତାଙ୍କ ଶାଢୀ, ଯୁବକଙ୍କୁ କାବୁ କଲେ ମେଡିକାଲ କର୍ମଚାରୀ

12/01/2021 at 10:11 AM

ସମ୍ବଲପୁର ୧୨/୦୧:  ସମ୍ବଲପୁର ଭିମ୍‌ସାର କୋଭିଡ୍‌ ହସ୍ପିଟାଲ ପରିସରରେ ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରବିବାର ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଡାକ୍ତରଖାନା କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିବା ଉକ୍ତ ରୋଗୀଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ।

ଘଟଣା ସମ୍ପର୍କରେ ବୁର୍ଲା ଥାନାଧିକାରୀ ବି.ବି.ଭୋଇ କହିଛନ୍ତି ଯେ, ଉକ୍ତ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଛି। ସେପଟେ, ଡା.ଗୌରହରି ପ୍ରଧାନଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି ।

ସୂଚନା ଅନୁସାରେ, ଭିମ୍‌ସାର କୋଭିଡ୍‌ ହସ୍ପିଟାଲର ଚତୁର୍ଥ ୟୁନିଟ୍‌ରେ କଳାହାଣ୍ଡି ଜିଲ୍ଲାର ଜଣେ ମହିଳା ରୋଗୀ ଚିକିତ୍ସିତ ହୋଇଥିଲେ। ଏହି ୟୁନିଟ୍‌ରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ଯୁବକଙ୍କର ମଧ୍ୟ ଚିକିତ୍ସା ଚାଲିଥିଲା । ତେବେ ରବିବାର ବିଳମ୍ବିତ ରାତିରେ ଉକ୍ତ ମହିଳା ରୋଗୀ ବେଡ୍‌ରେ ଶୋଇଥିବା ସମୟରେ ହଠାତ୍‌ ଝାରସୁଗୁଡ଼ାର ଉକ୍ତ ଯୁବକ ସେଠାରେ ପହଞ୍ଚି ମହିଳାଙ୍କ ଶାଢ଼ୀ ଟଣାଓଟରା କରିବା ଦୁଷ୍କର୍ମ ଉଦ୍ୟମ କରିଥିଲେ । କେହି କିଛି ବୁଝିବା ପୂର୍ବରୁ କଥା ବେଶ୍‌ ଆଗକୁ ବଢ଼ି ଯାଇଥିଲା । ମହିଳାଙ୍କ ଚିତ୍କାର ଶୁଣି ଡ୍ୟୁଟିରେ ଥିବା କର୍ମଚାରୀ ସେଠାରେ ପହଞ୍ଚି ଉକ୍ତ ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ତେବେ ତାଙ୍କ ମାନସିକ ଅବସ୍ଥା ସ୍ଥିର ନଥିବାରୁ ତାଙ୍କୁ ବେଡ୍‌ରେ ବାନ୍ଧି ରଖିବା ସହ ନିଶ୍ଚେତକ ଦେଇ ଶୁଆଇ ଦିଆଯାଇଥିଲା ।

ରବିବାର ରାତିର ଘଟଣା ପରେ କୋଭିଡ୍‌ ହସ୍ପିଟାଲ ପରିସରରେ ମହିଳା ରୋଗୀ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କ ମାନସିକ ଅବସ୍ଥା ସ୍ଥିର ନଥିବା ଦର୍ଶାଇ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ମଧ୍ୟ ଅଭିଯୋଗ ଆସିଛି। ସେପଟେ ହସ୍ପିଟାଲର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଓ ସେତେବେଳେ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ, ନର୍ସ କ’ଣ କରୁଥିଲେ ତାହାର ମଧ୍ୟ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ଅନେକ ଦାବି କରିଛନ୍ତି ।

   Related Posts