ଜଗତପୁର ଥାନା ଆଇଆଇସି ସମେତ ୪ ପୋଲିସ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ମାଡ

Published By : Prameya-News7 Bureau | July 24, 2019 IST

ଆଠଗଡ୨୪|୭: କଟକ କମିସରନେଟ ପୋଲିସର ଜଗତପୁର ଥାନା ଅଧିକାରୀ ଓ ୪ ଜଣ ଷ୍ଟାଫ ଏକ ଆସାମୀ  ଧରିବା ପାଇଁ ଆଠଗଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗାଁକୁ ସାଧା ପୋଷାକରେ ଏକ ପ୍ରାଇଭେଟ ଗାଡି ନେଇ ଆସିଥିବା ବେଳେ ଗାଁ ଲୋକ ଆକ୍ରମଣ କରିଛନ୍ତି । ଆଇଆଇସି ଙ୍କ ସମେତ ଷ୍ଟାଫଙ୍କୁ ମାଡ ହୋଇଥିବାର ଜଣା ପଡିଛି ।

{"id":136989}

ଆସାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆହତ ପୋଲିସଙ୍କୁ ଗୁରୁଡିଝାଟିଆ ପୋଲିସ ଉଦ୍ଧାର କରିଛି।ଗୁରୁଡ଼ିଝାଟିଆ ପୋଲିସ ର୍ ବିନା ଅନୁମତିରେ ଜଗତପୁର ପୋଲିସ କର୍ପୁରସିଂହ ଗ୍ରାମରେ ପଶି ଜଣେ ଆସାମୀ କୁ ଧରିନେବା ଘଟଣାକୁ ଗ୍ରାମବାସୀ ନିନ୍ଦା କରିଛନ୍ତି।  ଏ ସମ୍ପର୍କରେ ଗୁରୁଡ଼ିଝାଟିଆ ପୋଲିସ କିମ୍ବା  ଜଗତପୁର ପୋଲିସ କିଛି କହିବାକୁ ରାଜି ହୋଇ ନାହାନ୍ତି

{"id":136991}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.