Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଖାଲି ହେବାକୁ ବସିଲାଣି ଭାରତ-ଚୀନ ସୀମା ନିକଟବର୍ତ୍ତୀ ଗାଁ

11/09/2020 at 1:20 PM

ନୂଆଦିଲ୍ଲୀ ୧୧/୦୯ : ଭାରତ ଚୀନ ସୀମା ନିକଟରେ ଥିବ ଗାଁଗୁଡ଼ିକ ଖାଲି ହେବାକୁ ଲାଗିଛି | ଗ୍ରୀଷ୍ମକାଳୀନ ପ୍ରବାସରେ ଉଚ୍ଚ ହିମାଳୟ କ୍ଷେତ୍ରକୁ ଯାଉଥିବା ଗ୍ରାମବାସୀ ଫେରିବାକୁ ଲାଗିଛନ୍ତି | ଅକ୍ଟୋବର ୧୫ ତାରିଖ ସୁଦ୍ଧା ସୀମା ନିକଟବର୍ତ୍ତୀ ଗାଁଗୁଡିକ ସମ୍ପୂର୍ଣ ଖାଲି ହୋଇଯିବ | ଏହି ଗ୍ରାମବାସୀ ଆଗାମୀ ୬ ମାସ ପାଇଁ ଘାଟିରେ ତିଆରି ହୋଇଥିବା ସ୍ଥାୟୀ ଘରମାନଙ୍କରେ ରହିବେ | 

ପିଥୌରାଗଡ଼ରେ ମୁନସ୍ୟାରି ଓ ଘରଚୂଲା ଘାଟି ଅଞ୍ଚଳରୁ ପ୍ରତି ବର୍ଷ ପାଖାପାଖି ୩୦ ଗାଁର ୬ ହଜାରରୁ ଅଧିକ ଲୋକ ଉଚ୍ଚ ହିମାଳୟ କ୍ଷେତ୍ରକୁ ଚାଷ ପାଇଁ ଯାଇଥାନ୍ତି | ଚାଷ କରି ଅଧିକାଂଶ ଲୋକ ଜୀବନଯାପନ କରନ୍ତି | ପ୍ରବାସ ସମୟରେ ଗ୍ରାମୀଣ ଜମ୍ବୁ, ଗଣ୍ଡାରୟନି. ଚିପି, କୁଟ୍, କାଲା ଭଳି ଜଡିବୁଟି ଉତ୍ପାଦନ କରନ୍ତି | ଏଠାରେ ଆଳୁ ଚାଷ ମଧ୍ୟ ବହୁ ପରିମାଣରେ ହୋଇଥାଏ | ତଳିଆ ଅଞ୍ଚଳରେ ଭଲ ଦାମ୍‌ରେ ଆଳୁ ବିକ୍ରି ହୁଏ | ଆଳୁ ଚାଷ କରି ମଧ୍ୟ ଗ୍ରାମବାସୀ ଜୀବିକା ନିର୍ବାହ କରନ୍ତି |

ପ୍ରବାସୀ ଗ୍ରାମବାସୀ ସେନାଙ୍କ ଅସଲ ସାଥି | ପ୍ରବାସୀଙ୍କ ଉପସ୍ଥିତିରେ ସେନାକୁ ବହୁତ ସାହାଯ୍ୟ ମିଳେ | ୧୯୬୨ ମସିହାରେ ଭାରତ-ଚୀନ ବିବାଦରେ ଗ୍ରାମବାସୀ ସେନାକୁ ବହୁତ ସାହାଯ୍ୟ କରିଥିଲେ | ଏବେ ମଧ୍ୟ ଗ୍ରାମବାସୀ ଅନେକ ପ୍ରକାରେ ସେନାଙ୍କୁ ସାହାଯ୍ୟ କରନ୍ତି |

ସାଧାରଣତଃ ମାର୍ଚ୍ଚ ୧୫ ପରେ ଗ୍ରୀଷ୍ମକାଳୀନ ପ୍ରବାସ ଆରମ୍ଭ ହୋଇଥାଏ ଓ ଅକ୍ଟୋବର ୧୫ ଯାଏଁ ଗ୍ରାମବାସୀ ପ୍ରବାସରୁ ଫେରି ଆସିଥାନ୍ତି | ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପ୍ରବାସ ୨ ମାସ ବିଳମ୍ବରେ ଆରମ୍ଭ ହୋଇଛି | ମେ ୧୫ ତାରିଖ ପରେ ଗ୍ରାମବାସୀ ଉଚ୍ଚ ହିମାଳୟ କ୍ଷେତ୍ରକୁ ଯାଇଥିଲେ | ସେପ୍ଟେମ୍ବର ମାସରୁ ଶୀତ ଆରମ୍ଭ ହେବା ପରେ ଗ୍ରାମବାସୀ ତଳିଆ ଅଞ୍ଚଳକୁ ଫେରି ଆସନ୍ତି | ବର୍ତ୍ତମାନ ପ୍ରବାସ ଗାଁଗୁଡିକରେ ଥଣ୍ଡା ପଡ଼ିଲାଣି | ବର୍ତ୍ତମାନ ସେଠାରେ ସର୍ବୋଚ୍ଚ ତାପମାତ୍ରା ୧୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଛି | 

   Related Posts