Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁବର୍ଣ୍ଣପୁରରେ ବ୍ୟାପିଲା ଝାଡାବାନ୍ତି : ୪୧ ଆକ୍ରାନ୍ତ, ୫ ଶିଶୁଙ୍କ ସମେତ ୨୧ ରୋଗୀ ମେଡିକାଲରେ ଭର୍ତ୍ତି

ସୁବର୍ଣ୍ଣପୁର ୧୬|୫: ସୁବର୍ଣ୍ଣପୁର ଜିଲ୍ଲା ଜନମୁରା ଗାଁରେ ଝାଡାବାନ୍ତି ଆତଙ୍କ । ଗାଁରେ ୪୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ଅଭାବ ହେତୁ ରୋଗୀମାନଙ୍କୁ ବାରଣ୍ଡାରେ ସାଲାଇନ ଦେବା ସହିତ ଆବଶ୍ୟକ ଔଷଧ ଦିଆଯାଇଛି  । ଗାଁରେ କାହିଁକି ଝାଡାବାନ୍ତିରେ ଲୋକେ ଆକ୍ରାନ୍ତ ହେଲେ ତାହା ସ୍ପଷ୍ଟ ଜଣା ପଡିନଥିଲେ ମଧ୍ୟ ପୋଖରୀ ଓ ଖୋଲା କୂଅର  ଦୂଷିତ ପାଣି ଲୋକେ ବ୍ୟବହାର କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

77 Views

   ସମ୍ବନ୍ଧିତ ଖବର