Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବିଦ୍ୟୁତ ବିଭାଗକୁ ଚେତାବନୀ ଦେଲେ ଗ୍ରାମବାସୀ: କହିଲେ, କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ଧାରଣାରେ ବସିବୁ

3/11/2020 at 4:17 PM

ଭଦ୍ରକ୩/୧୧: ବିଦ୍ୟୁତ ବିଭାଗକୁ ଚେତାବନୀ ଦେଲେ ଗ୍ରାମବାସୀ। କହିଲେ,  ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରି ୩୩ କେ.ଭି ଲାଇନ୍‌ ତାରକୁ ସ୍ଥାନାନ୍ତର କର, ନହେଲେ ଆସନ୍ତା ୩୦ ତାରିଖରେ ଗଣଧାରଣା ଦେବୁ। ଏମିତି କିଛି ଅଭିଯୋଗ ନେଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରିଲେ ଭଦ୍ରକ ସହରର ବନ୍ତ ଛକ ଏବଂ ବାଘୁରାଇ ଗ୍ରାମର ବାସିନ୍ଦା।

ଦୀର୍ଘଦିନ ହେବ ସହରର ବନ୍ତ ଛକରୁ ବାଘୁରାଇ ପର୍ଯ୍ୟନ୍ତ ଯାଇଥିବା ୩୩ କେଭି ବିଦ୍ୟୁତ ତାରକୁ ସ୍ଥାନାନ୍ତର ନେଇ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ୨ରୁ ୩ କିଲୋମିଟର ଦୂର ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ବହୁ ଅଭିଯୋଗ ପରେ ମଧ୍ୟ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ଏ ନେଇ ସ୍ଥାନୀୟ ବାସିନ୍ଦା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଗଣଧାରଣା ଦେଇଛନ୍ତି। ତେବେ ଏହି ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ବହୁ ଲୋକେ ଆଘାତ ପ୍ରାପ୍ତ ହୋଇଥିବା ସହ କେତେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ଅଭିଯୋଗକାରୀ। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

   Related Posts