ମଦ ଧରିବାକୁ ଯାଇ ଅବକାରୀ କର୍ମଚାରୀ ହଟହଟ୍ଟା; କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

Published By : Prameya-News7 Bureau | December 17, 2018 IST

କପ୍ତିପଦା ୧୭|୧୨: ମଦ ଧରିବାକୁ ଯାଇ ହଟହଟ୍ଟା ହେଲେ ଅବକାରୀ କର୍ମଚାରୀ। ଗାଁ ଲୋକ ମଧ୍ୟ ଅଟକ ରଖିଲେ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଜରଡା ଗାଁର ଘଟଣା । ଗାଁର ସତ୍ୟବ୍ରତ ପ୍ରଧାନ ନାମକ ଯୁବକ ମଦ କାରବାର କରୁଥିବା ସନ୍ଦେହ କରିଥିଲେ। ଉଦଳା ଅବକାରୀ ବିଭାଗର ୩ ଜଣ କର୍ମଚାରୀ । ତାଙ୍କୁ ବାଇକ୍ ରେ ଗୋଡାଇ ଧରିବାକୁ ପ୍ରୟାସ କରିଥଲେ । ଯୁବକ ଜଣକ ନିଜ ଘରେ ପହଞ୍ଚିବା ପରେ  ଅବକାରୀ କର୍ମଚାରୀମାନେ ତାଙ୍କ ବାଇକ୍ ରେ ମଦ ଥିବା ସନ୍ଦେହ କରି ଫିଙ୍ଗାଫୋପଡା କରିଥିଲେ । ଏପରିକି ଯୁବକଙ୍କୁ ମଧ୍ୟ ମାଡ ମାରିଥିଲେ । ଯୁବକ ଜଣଙ୍କ ଜଣେ ବାଦାମବେପାରୀ ହୋଇଥିବାବେଳେ ବିନା ଦୋଷରେ ମାଡ ମାରିଥିବାରୁ ଗାଁ ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ ଅବକାରୀ କର୍ମଚାରୀ । ଜଣେ ଅଧିକାରୀ ଖସି ପଳାଇଥିବାବେଳେ ଆଉ ୨ ଜଣଙ୍କୁ ଗାଁ ଲୋକ ଅଟକ ରଖିଥିଲେ। ତେବେ ପୋଲିସ ଖବର ପାଇ ୨ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.