Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରକୀୟା ପ୍ରୀତି ସନ୍ଦେହ: ମହିଳାଙ୍କୁ ଅଧାଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ, ପୋଲିସର ତନାଘନା

ନିଳଗିରି ୨୩।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମଛୁଆ ପଞ୍ଚାୟତ ସାନ କାଳିଆପଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।ଜଣେ ମହିଳାଙ୍କୁ ଅଧା ଲଣ୍ଡାକରି ଅମାନୁଷିକ ଭାବେ ଗାଁ ଦାଣ୍ଡରେ ବୁଲାଇବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପରକୀୟା ପ୍ରୀତି ସନ୍ଦେହରେ ଏଭଳି କାଣ୍ଡ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।  

ପ୍ରକାଶ ଯେ କାଳିଆପଦା ଗ୍ରାମର ସୁରେଶ ସିଂହଙ୍କ ସହିତ ସେହି ଗ୍ରାମର ଜଣେ ମହିଳାଙ୍କ  ଅବୈଧ ସମ୍ପର୍କ ଥିଲା । ତେବେ ତାଙ୍କ ସମ୍ପର୍କକୁ ସୁରେଶଙ୍କ ପତ୍ନୀ ବାରଣ କରୁଥିଲେ।ହେଲେ ବୁଧବାର ଆଖିରେ ଦେଖିବା ପରେ ତାଙ୍କ ସ୍ତ୍ରୀ ଉତକ୍ଷିପ୍ତ ହୋଇ ନିଜ ଭାଇ,ଭାଉଜ ଓ ସମ୍ପର୍କୀୟଙ୍କ ସହଯୋଗରେ ମହିଳାଙ୍କୁ ଅଧା ଲଣ୍ଡା କରାଇ ଅତି ଅମାନୁଷିକ ଭାବେ ମାଡ଼ ମାରି ଗାଁରେ ବୁଲାଇଥିଲେ।।

ତେବେ ପୀଡିତା ମହିଳାଙ୍କ ସ୍ବାମୀ ବାହାରେ ରହି କାର୍ଯ୍ୟ କରୁଥିବାରୁ ସେ ଆସି ତାଙ୍କ ବାପ ଘରେ ରହୁଥିଲେ। ତେବେ ଘଟଣା ପରେ ମହିଳା ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି କରିବା ପରେ ପରିବାର ଲୋକେ  ତାଙ୍କୁ  ବୁଧବାର ବିଳମ୍ବିତ ରାତ୍ରରେ ଏକ ନିଛାଟିଆ ସ୍ଥାନରୁ ଉଦ୍ଧାର କରିଥିଲେ।

ଘଟଣା ନେଇ ତାଙ୍କ ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ ଲୋକଙ୍କ ମାଡରେ ଆହତ ମହିଳାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ  ଅଭିଯୋଗ ଆଧାରରେ ଗାଁର ୨ ଜଣ ମହିଳା ଓ ୪ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି।

904 Views

   ସମ୍ବନ୍ଧିତ ଖବର