ସପ୍ତମ ଶ୍ରେଣୀର ୩ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ; ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ମାଡ

Published By : Prameya-News7 Bureau | January 31, 2019 IST

ମୋରଡା ୩୧|୧:  ପୁଣି ଶିକ୍ଷକ ସମାଜ ପାଇଁ କଳଙ୍କ ସାଜିଲେ ପ୍ରଧାନଶିକ୍ଷକ। ପାଠ ପଢ଼ାଇବା ଆଢୁଆଳରେ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପ୍ରଧାନଶିକ୍ଷକଙ୍କ ଏଭଳି କାର୍ଯ୍ୟ ଅଭିଭାବକଙ୍କ ସହ ସରଳ, ନିରୀହ ଛାତ୍ରୀଙ୍କର ମଧ୍ୟ ବିଶ୍ବାସ ଭାଙ୍ଗିଛନ୍ତି। ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲ ପରିସରରେ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ।

{"id":80171}

ତେବେ ଘଟଣାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖବର ପାଇ ମଧ୍ୟ ଶିକ୍ଷାବିଭାଗ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବା ଅଭିଭାବକ ଓ ଗ୍ରାମବାସୀଙ୍କୁ ଅଧିକ ଉତ୍ତେଜିତ କରିଥିବା ଦେଖିବାକୁ ମିଳିଛି। ତେବେ ଘଟଣାକୁ ୩ଦିନ ହୋଇଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ୍। ଯାହାକୁ ନେଇ ବିବାଦୀୟ ମୋଡ ନେଇଛି ଏହି ଘଟଣା।

{"id":80174}

ତେବେ ଏଭଳି ସମ୍ବେଦନଶୀଳ ତଥା ନିନ୍ଦନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଗଡ଼ିଆ ପଞ୍ଚାୟତ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ଘଟିଛି। ଏହି ସ୍କୁଲର ସପ୍ତମ ଶ୍ରେଣୀରେ ୩ଜଣ ନାବାଳିକା ଛାତ୍ରୀଙ୍କୁ ପର୍ଯ୍ୟାୟ କ୍ରମେ ଅସଦାଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏ ଘଟଣା ଘଟିବା ପରେ ପିଡ଼ୀତା ଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇଥିଲେ।

{"id":80177}

ଅଭିଭାବକ ମାନେ ଏନେଇ ସ୍କୁଲ ପରିଚାଳନା କମିଟିର ସଭାପତି ଓ ସଦସ୍ୟମାନଙ୍କୁ ଜଣାଇ ନ୍ୟାୟ ପାଇଁ ଦାବି କରିଥିଲେ। ଅନ୍ୟପଟେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ମୁଣ୍ଡବିନ୍ଧା ହେଉଥିବା ଦର୍ଶାଇ ସ୍କୁଲ ନ ଆସି ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ଫୋନରେ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।

{"id":80178}

ତେବେ ଏ ଘଟଣାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଳମ୍ବିତ ହେବାରୁ ଅଭିଭାବକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରେ ଅସଦାଚରଣ କରିଥିବା ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ଏକ ବୋଲେରରେ ପରିବାର ସହ ସ୍କୁଲ ପରିସରରେ ପହଞ୍ଚିବାରୁ ଉତ୍ତେଜିତ ଅବସ୍ଥାରେ ଥିବା ଗ୍ରାମବାସୀ ତାଙ୍କୁ ଠେଲାପେଲା କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତେଜନା ତୀବ୍ର ରୂପ ନେଇଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.