ଝରାଡିହି: ରାସ୍ତା ଅବରୋଧ ପ୍ରତିବାଦରେ ଥାନା ଘେରାଉ କଲେ ଗ୍ରାମବାସୀ

Published By : Prameya-News7 Bureau | December 30, 2020 IST

ଝରାଡିହି୩୦/୧୨: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କୁଲଗୀ ଗ୍ରାମର କାରୁବନ୍ଧ' ପୋଖରୀକୁ ଶୁଦ୍ଧ କ୍ରୀୟା ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ଗ୍ରାମବାସୀ ଦୀର୍ଘ ବର୍ଷରୁ ବ୍ୟବହାର କରି ଆସୁଥିଲେ। ଉକ୍ତ ଗ୍ରାମର ଇଶ୍ବର ମହାନ୍ତ (୩୫) ପିତା-କରମୁ ମହାନ୍ତ ଓ ହାଡୁ ଟୁଡୁ ପିତା କ୍ରୀଷ୍ନା ଟୁଡୁ ପୋଖରୀ ରାସ୍ତାକୁ ଅବରୋଧ କରି ଗାଁ ଲୋକଙ୍କ ସାମାଜିକ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରି ଆସୁଛନ୍ତି। ପରବର୍ତ୍ତୀ ସମୟରେ ଏହି ସମାଧାନ ହୋଇଥିଲା।

ତେବେ ଏଥର ମଧ୍ୟ ରାସ୍ତା ଅବରୋଧ କରିଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇ ସାମାଜିକ କାର୍ଯ୍ୟ ସମ୍ପନ୍ନ କରିଥିଲେ। ତେବେ ଏହାକୁ ନେଇ ଇଶ୍ବର ଚନ୍ଦ୍ର ମହାନ୍ତ ଏବଂ ହାଡୁ ଟୁଡୁ ବହଳଦା ଥାନାରେ କିଛି ଲୋକଙ୍କ ବିରୋଧରେ ଏତଲା ଦେବାରୁ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଛୁଆପିଲାଙ୍କୁ ନେଇ ବହଳଦା ଥାନା ଘେରାଉ କରିଥିଲେ। ଆଇଆଇସି ଯୋଗେନ୍ଦ୍ର ମଲ୍ଲିକ ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରି ବିଫଳ ହୋଇଥିଲେ।

ପରିସ୍ଥିତି ଅଣାୟତ୍ତ ହେବାରୁ ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ, ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ, ସରପଞ୍ଚ ଶୁକଲାଲ ମାଝୀ ଓ ୨୬'ନଂ ଜିଲ୍ଲାପରିଷଦ ସଦସ୍ୟ ସୁନୀଲ କୁମାର ମହାନ୍ତ ପ୍ରମୁଖ ବହଳଦା ଥାନାରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ତେବେ ଆସନ୍ତାକାଲି ୧୧ଟା ସମୟରେ କୁଲଗୀ ଗ୍ରାମରେ ପହଞ୍ଚି ବିବାଦର ସମାଧାନ କରିବାକୁ ପ୍ରତିଶୃତି ଦିଆଯିବା ପରେ ଲୋକେ ଥାନା ଘେରାଉରୁ ଓହରୀ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.