ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର: ବନ ବିଭାଗର ଅବହେଳା ପ୍ରତିବାଦରେ ରାସ୍ତା ରୋକିଲେ ଗ୍ରାମବାସୀ

Published By : Prameya-News7 Bureau | November 10, 2020 IST

ଢ଼େଙ୍କାନାଳ୧୦/୧୧:  ବନ ବିଭାଗର ଅବହେଳାକୁ ନେଇ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମୁଣ୍ଡେଇଲ ଠାରେ ୫୩ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ଢେ଼ଙ୍କାନାଳ ବନଖଣ୍ଡ ମହାବିରରୋଡ ରେଞ୍ଜ ଗେହ୍ଲେଇ କାଟେଣୀ ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।  ଏହି ନେଇ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଗ୍ରାମବାସୀ। ଗୁରତର ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡେଇଲ ଗ୍ରାମର ସନାତନ ମହାଖୁଡ଼।

ମିଳିଥିବା ସୂଚନା ମୁତାବକ, ଚାଷ କାମ କରି ଫେରିବା ବେଳେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।  ବନ ବିଭାଗର ଅଣଦେଖା ଯୋଗୁଁ ଏଭଳି ବାରମ୍ବାର ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.