ନିଯୁକ୍ତି ଦାବିରେ ରେଳ ଲାଇନ୍ ଉପରେ ଗ୍ରାମବାସୀଙ୍କ ଧାରଣା, ଅଟକି ରହିଛି ମାଲବାହୀ ଟ୍ରେନ୍

Published By : Prameya-News7 Bureau | October 23, 2019 IST

କଳାହାଣ୍ଡି ୨୩।୧୦: ନିଯୁକ୍ତି ଦାବିରେ ବେଦାନ୍ତ ରେଳ ଲାଇନ୍ ଉପରେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ଧାରଣା ଦେଇଛନ୍ତି । ଫଳରେ ୨୪ ଘଣ୍ଟା ଧରି ଅଟକି ରହିଛି ବକ୍ସାଇଟ୍ ବୋଝେଇ ମାଲବାହୀ ଟ୍ରେନ୍ ।

{"id":173527}

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଗୋପୀନାଥପୁର ଗ୍ରାମବାସୀ ରେଳ ଲାଇନ୍ ଅବରୋଧ କରି ରଖିଛନ୍ତି । ନିଯୁକ୍ତି ଦାବିରେ ଗ୍ରାମବାସୀମାନେ ରେଳ ଲାଇନ୍ ଅବରୋଧ କରିଥିବା ଜଣାପଡିଛି । ଫଳରେ ମାଲବାହୀ ଟ୍ରେନ୍ ରେଳ ଲାଇନ୍ ଉପରେ ଅଟକି ରହିଛି ।

{"id":173528}

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛି । ତେବେ କମ୍ପାନୀରେ ନିଯୁକ୍ତି ନ ମିଳିଲେ ଗ୍ରାମବାସୀମାନେ ଅବରୋଧରୁ ହଟିବେ ନାହିଁ ବୋଲି ଅଡି ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.