ବଲାଙ୍ଗୀର୯/୧: ଜବରଦଖଲ ଉଚ୍ଛେଦରେ ନିଜ ଘର ଭଙ୍ଗା ହେବା ନୋଟିସ ପରେ ଜିଲ୍ଲାପାଳଙ୍କ ଘର ଆଗରେ ଧାରଣା ଦେଲେ ବଲାଙ୍ଗୀର ସୂର୍ଯ୍ୟ ନଗରବାସୀ। ଥଇଥାନ କରିବା ପରେ ଉଚ୍ଛେଦ କରାଯିବାକୁ ଦାବି ହୋଇଛି। ଗୋଟିଏ ଦିନରେ ଘର ଖାଲି କରିବାକୁ ଆସିଛି ନୋଟିସ ଯାହାକୁ ନେଇ ବିରୋଧ ପ୍ରଦର୍ଶନ କଲେ ପଡା ବାସିନ୍ଦା। ବଲାଙ୍ଗୀର ସହର ୫ ନମ୍ବର ଓ୍ବାର୍ଡ ସୂର୍ଯ୍ୟ ନଗରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ଦିର୍ଘ ୨୦ ବର୍ଷ ଧରି ଜୀବନ ଯାପନ କରୁଛନ୍ତି। ହେଲେ ସେଠାରେ ସାଇନ୍ସ ପାର୍କ ନିର୍ମାଣ କରାଯିବାକୁ ନେଇ ସେମାନଙ୍କୁ ହଠାଇବା ପାଇଁ ଓ ଘର ଖାଲି କରିବା ପାଇଁ ଆସିଛି ନୋଟିସ ତାହା ପୁଣି ଗୋଟିଏ ଦିନରେ। ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ପଡା ବାସିନ୍ଦା ଏନେଇ ଜିଲ୍ଲାପାଳଙ୍କ ଘର ଆଗରେ ଦିନ ତମାମ ଧାରଣା ଦେବା ସହ କରିଛନ୍ତି ବିକ୍ଷୋଭ।
ନୋମିନେସନ ଆରମ୍ଭ ହୋଇଗଲାଣି, ଏ ପର୍ଯ୍ୟନ୍ତ ସରୁନି ତିନ...