ଶବଦାହ ସ୍ଥାନକୁ ନେଇ ବିବାଦ : ମୃତଦେହ ରଖି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା
7/02/2020 at 8:26 AM

ନୟାଗଡ ୭।୨: ଶବଦାହ କରିବାକୁ ସ୍ଥାନ ନମିଳିବାରୁ ମୃତଦେହ ରଖି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ଆଜି ସକାଳୁ ସକାଳୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ପରିସରରେ ।

ସୂଚନାଯୋଗ୍ୟ ଯେ, ଖଣ୍ଡପଡା ଥାନା ମୁରାରୀପୁର ଏବଂ ପଥରଦ୍ବାର ଗାଁ ମଧ୍ୟରେ ଶ୍ମଶାନ ସ୍ଥାନକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି । ପୂର୍ବରୁ ଯେଉଁ ସ୍ଥାରେ ମୁରାରୀପୁର ଗ୍ରାମର ଲୋକମାନେ ଶବ ଦାହ କରୁଥିଲେ ସେହି ସ୍ଥାନରେ ପଥରଦ୍ବାର ଗଁ।ର ଲୋକମାନେ ତାଙ୍କ ଗଁ।ର ଯାଗା କହି ବୃକ୍ଷ ରୋପଣ କରିବା ସହ ସେହି ଯାଗାକୁ ଆବଦ୍ଧ କରି ରଖିଛନ୍ତି । ଫଳରେ ମୁରାରୀପୁର ଗଁ।ର ଲୋକମାନେ ଶବଦାହ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗତ ନଭେମ୍ବର ମାସରେ ଗଁ।ର ଜଣେ ବୃଦ୍ଧଙ୍କ ମୃତଦେହକୁ ଦାହ କରିବାକୁ ନେଇ ଉଭୟ ଗଁ। ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ମୁରାରୀପୁର ଗଁ।ର ଲୋକମାନେ ମୃତଦେହ ରଖି ୨୪ଘଣ୍ଟାରୁ ଅଧିକ ସମୟ ରାସ୍ତାରୋକ କରିଥିଲେ । ପରେ ପ୍ରଶାସନିକ ଅଧିକାରୀମାନେ ଯାଇ ଘଟଣାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିବା ସହ ସମାନ ଯାଗାରେ ଶବଦାହ କରାଯାଇଥିଲା । ସମସ୍ୟାର ସମାଧାନ ପାଇଁ ତହସିଲଦାର, ଜିଲ୍ଲାପାଳଙ୍କ ଉପସ୍ଥିତିରେ ବହୁବାର ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା ।

ଗତକାଲି ସନ୍ଧ୍ୟାରେ ମୁରାରୀପୁର ଗଁ।ର ଜଣେ ୭୫ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହେବା ପରେ ପୁଣିଥରେ ଶବଦାହକୁ ନେଇ ବିବାଦ ଦେଖାଦେଇଥିଲା । ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଏବଂ ପୋଲିସକୁ ଖବର ଦେଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଲୋକମାନେ ମୃତଦେହ ରଖି ତହସିଲ କାର୍ଯ୍ୟାଳୟ ପରିସରରେ ମଧ୍ୟରାତିରୁ ଧାରଣା ଦେଇଛନ୍ତି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡିଛି ।