Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ପୋଖରୀ ଉପରେ ଘର : ଜଳାଶୟର ବେଆଇନ କିଶମ ପରିବର୍ତ୍ତନକୁ ବିରୋଧ, ଜମି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

11/10/2021 at 3:37 PM

ଢେଙ୍କାନାଳ ୧୧।୧୦: ଜନ ସଧାରଣ ବ୍ୟବହାର କରୁଥିବା ଗୋଡି ପୋଖରୀକୁ କିଶମ ପରିବର୍ତ୍ତନ କରି ଏବେ ତା ଉପରେ ଘର ବାଡ଼ି କରିଦେଉଛନ୍ତି ଜମି ମାଫିଆ । ଯାହାକୁ ନେଇ ଢେଙ୍କାନାଳ ସହରର ଜଗନ୍ନାଥ ରୋଡ଼ରେ ବ୍ୟାପକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛି । ସ୍ଥାନୀୟ ମୀନା ବଜାର ଓ ଜଗନ୍ନାଥ ରୋଡ଼ବାସୀ ଶହ ଶହ ସଂଖ୍ୟାରେ ରାସ୍ତା ଉପରେ ବସି ରହିଥିଲେ । ସହରର ଜଗନ୍ନାଥ ରୋଡ଼କୁ ଅବରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ସେମାନଙ୍କ ଅଭିଯୋଗ ମୁତାବକ ସହରର ଗୁରୁତ୍ବପୂର୍ଣ୍ଣ ଗୋଡି ପୋଖରୀ ଦେବୋତ୍ତର ବିଭାଗ ଅଧୀନରେ ରହିଥିଲା । ଯାହାକୁ ଦେବୋତ୍ତର ନିଲାମ କରିଦେଇଛି । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ପୋଖରୀକୁ ଜଳାଶୟରୁ ବେଆଇନ ଭାବେ ଘର ବାଡ଼ିକୁ କିଶମ ପରିବର୍ତ୍ତନ କରିଦେଇ ବିକ୍ରି କରାଯାଉଛି । ଯାହା ଫଳରେ ପୋଖରୀ ପୋତା ପକାଇବ ଯୋଗୁଁ ନିର୍ଭର କରୁଥିବା ସ୍ଥାନୀୟବାସୀ ନାହିଁନଥିବା ସମସ୍ୟାରେ ପଡୁଛନ୍ତୁ । ଫଳରେ ଉକ୍ତ ପୋଖରୀକୁ ପୁନଃରୁଦ୍ଧାର ଓ ଏପରି ବେଆଇନ କାର୍ଯ୍ୟ କରିଥିବା ସରକାରୀ ଅଧିକାରୀ ଓ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଉତ୍ତେଜନା ବଢି଼ବାରୁ ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏ ସମ୍ପର୍କରେ ତଦନ୍ତ ଜାରି ରହିଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ପରେ ଉତ୍ତେଜନା ଥମିଥିବା ଜଣାପଡିଛି ।

   Related Posts