Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବେଆଇନ ବାଲି ଚାଲାଣକୁ ବିରୋଧ, ଟ୍ରକ ଓ ଜେସିବି ଅଟକାଇଲେ ଗ୍ରାମବାସୀ

21/05/2021 at 8:04 PM

ନୀଳଗିରି,୨୧/୦୫: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅନ୍ତର୍ଗତ ବେଗୁନିଆ ପଞ୍ଚାୟତ ଡୁମଗଣ୍ଡିରା ସୀମାନ୍ତ ଜାଗୁଳି ଗାଁରେ  ଆଜି ବେଆଇନ ଭାବେ ବାଲି ଚାଲାଣ କରୁଥିବା ବେଳେ ଶତାଧିକ ଗ୍ରାମବାସୀ ଟ୍ରକ ଓ ମେସିନ ଅଟକ ରଖିଛନ୍ତି। ଶୁକ୍ରବାର କିଛି ଟ୍ରକରେ ଜେସିବି ମେସିନ ଜାରିଆରେ ବାଲି ଲୋଡ଼ ହେଉଥିବା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ। ହେଲେ ସେମାନେ ନମାନିବାରୁ ବାଧ୍ୟ ହୋଇ ଶତାଧିକ ଗ୍ରାମବାସୀ ଏକ ହୋଇ ଟ୍ରକ ଓ ଜେସିବିକୁ ଅଟକ ରଖିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ବାଲି ଉଠାଯାଉଥିବା ସ୍ଥାନଟି ରେମୁଣା ତହସିଲ ଜାଗୁଳି ଅଞ୍ଚଳର ବୋଲି ଜଣାପଡିଛି।

   Related Posts