ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

Published By : Prameya-News7 Bureau | August 25, 2018 IST

ଜୟପୁର ୨୫/୮ : ଗାଁ ରାସ୍ତାର ଅବସ୍ଥା ଶୋଚନୀୟ।ପ୍ରଶାସନକୁ ଯେତେ ଗୁହାରୀ କଲେ ବି ପ୍ରଶାସନ ଶୁଣିଲାନି।ତେଣୁ ରାସ୍ତାରେ ଧାନ ରୋଇ ଏହାର ପ୍ରତିବାଦ କରିଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକର ୫ଟି ଗାଁର ଲୋକେ। ଏହି ରାସ୍ତାଟି ୩ କିଲୋ ମିଟର ଲମ୍ବା ହୋଇଥିବା ବେଳେ ଏହା କଦମଗୁଡା,ମାଳିଗୁଡା ,ଝୋଲାଗୁଡା,ପୂଜାରୀପୁଟ ଓ ପିପଲଗୁଡା ଗାଁକୁ ଦିଗାପୁର ପଂଚାୟତ ସହ ଯୋଡୁଛି।ରାସ୍ତା ନିର୍ମାଣ ୭ ବର୍ଷ ତଳେ ହୋଇଥିବା ବେଳେ ମରାମତି ଅଭାବରୁ ଏହାର ସ୍ଥିତି ଦୟନୀୟ।ଆଉ ବର୍ଷା ଦିନେ ଏହାର ଅବସ୍ଥା ନ କହିବା ଭଲ।ଫଳରେ ଏହି ରାସ୍ତା ଦେଇ ପ୍ରତି ଦିନ ଯାଉଥିବା ସ୍କୁଲ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦିନକୁ ଦିନ ଏହି ରାସ୍ତାରେ ଦୁର୍ଘଟଣା ବଢିବାରେ ଲାଗିଛି।ସେହିପରି ରାସ୍ତା ଠିକ ନଥିବାରୁ ଆମ୍ବୁଲାନ୍ସ ବି ଗାଁକୁ ଆସି ପାରୁନି।ତେଣୁ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଦାବୀ କରିଛନ୍ତି ଗ୍ରାମବାସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.