Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଶୁଣିଲେନି କେହି , ଶେଷରେ ମିଳିମିଶି ରାସ୍ତା ମରାମତି କଲେ ଗାଁ ଲୋକେ

1/06/2020 at 1:07 PM

ଭଦ୍ରକ ୦୧।୦୬ :  ଗ୍ରାମ୍ୟ ଉନୟନ ବିଭାଗ କାହିଁ କେଉଁ ଦିନରୁ ତିଆରି କରିଥିଲା ରାସ୍ତା । ଏବେ ଏହି ରାସ୍ତାର ଅବସ୍ଥା ଅତି ଖରାପ ହୋଇଗଲାଣି । କେତେ ଅନୁରୋଧ କେତେ ଗୁହାରି କଲେଣି ଗାଁ ଲୋକେ । କିନ୍ତୁ ଫଳ ଶୁନ୍‌ । ସେଥି ପାଇଁ ଏବେ ନେଲେ ନିଷ୍ପତ୍ତି । ଗାଁରୁ ଚାନ୍ଦା କରି ନିଜେ ମରାମତି କଲେ ରାସ୍ତା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଜାନୁମଞ୍ଜସାହିରେ  । ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନରୁ ବାଲେଶ୍ଵର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା, ଏହି ଗାଁ ଦେଇ ଯାଇଛି । ଗ୍ରାମବାସୀମାନେ ମିଳିମିଶି ରାସ୍ତା ମରାମତି  କରୁଛନ୍ତି ।

ରାସ୍ତାରେ ନଜର ପଡିଲେ ଖାଲି ଖାଲ ଆଉ ଖାଲ । ଯେତିକି ସ୍ଥାନ ସମତଳ ନାହିଁ , ସେତିକି ଖାଲ । ଏମିତି କି ଗାଡିଟିଏ ସମାନ ଭାବେ ଯାଇପାରିବ ନାହିଁ । ଏହି ରାସ୍ତାଟି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନରୁ ବାଲେଶ୍ଵର ଜିଲ୍ଲାର କେତେକ ବ୍ଲକକୁ ସଂଯୋଗ କରୁଛି  । ଏଭଳି ଦୃଶ୍ୟ ଜାନୁମଞ୍ଜସାହିରେ ଦେଖିବାକୁ ମିଳିଛି ।

ବାଲେଶ୍ଵର ଜିଲ୍ଲାର କେତେକ ଅଞ୍ଚଳ ଯେମିତି କି , ଅଡା , ଡୁଙ୍ଗୁରା , ଖଇରା ଓ କୁପାରୀ ବ୍ଲକକୁ ମଧ୍ୟ ସଂଯୋଗ କରୁଛି । ଗ୍ରାମ୍ୟ ଉନୟନ ବିଭାଗ ବହୁ ଦିନ ତଳେ ରାସ୍ତା ନିର୍ମାଣ କରିଥିଲା । ଏବେ ଆଉ ମରାମତି ମଧ୍ୟ ହେଉନାହିଁ । ଆଗକୁ ଭଦ୍ରକ ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ମଧ୍ୟ ରହିଛି । ଭଦ୍ରକ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ଯାତ୍ରୀ ଚରମ୍ପା ଷ୍ଟେସନରେ ଓହ୍ଲାଇଲେ ନିଜ ଅଞ୍ଚଳ ଯିବା ପାଇଁ ଏହି ରାସ୍ତାରେ ଯାଆନ୍ତି । କମ୍‌ ସମୟ ଲାଗୁଥିବାରୁ ଏହି ରାସ୍ତା ରେ ଯିବାଆସିବା କରନ୍ତି  । କିନ୍ତୁ ଏବେ ଏହା ଶୋଚନୀୟ ପରିସ୍ଥିତି ।

ସେହିପରି ଏବେ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଛି । ଗ୍ରାମବାସୀ ନିଷ୍ପତି ନେଇଛନ୍ତି ଯେ,  ନିଜେ ଏବେ ରାସ୍ତାର ମରାମତି କରିବେ । ଗାଁର ସାହି ସାହି ବୁଲି ଚାନ୍ଦା ଆଦାୟ କରିଛନ୍ତି । ସେହି ଟଙ୍କାରେ ରାସ୍ତା ମରାମତି କରିଛନ୍ତି । ପାହାଡିମାଟି , ବୋଲଡର , କ୍ରସରରୁ ଡଷ୍ଟ ଆଣି ଖାଲ ଖମା ମରାମତି କରିଛନ୍ତି ।

ଯେମିତି କି ବାଇକ ଟିଏ ସୁରୁଖୁରରେ ଯାଇପାରିବ । ଆମ୍ବୁଲାନ୍ସ ହେଉକି ଦମକଳ ଗାଡି ଏହି ରାସ୍ତା ଦେଇଯିବା ବେଳେ ଗାଡି ବହୁ କଷ୍ଟରେ ଖାଲରେ ପଶି ଯାଇଥାଏ । ସ୍କୁଲ ଯାଉଥିବା ପିଲା ମଧ୍ୟ ବହୁଥର ରାସ୍ତାରେ ପଡି ମଧ୍ୟ ଆହତ ହୋଇଛନ୍ତି । ଏବେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ରାସ୍ତା ମରାମତି ପାଇଁ ବହୁ ଅନୁରୋଧ କରିଛନ୍ତି ।

ଯାହାବି ହେଉ ଗାଁ ଲୋକେ ଯେତେ ମରାମତି କାଲେ ବି ବିଭାଗ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । କାରଣ ନହେଲେ ଆଗକୁ ଯଦି କେବେ ବଡ ଅଘଟଣ ଘଟିବ , ତେବେ ସେତେବେଳେ ଦୋଷ ଲଦା ଲଦି ହେଲେ ଯେଉଁ ବିଭାଗ ର ଦୋଷ ଥିବା ସେମାନେ କେବଳ ତଦନ୍ତର ଆଳ ଦେଖାଇବେ।

   Related Posts