କାଦୁଅ ପଚ ପଚ ରାସ୍ତାରେ SDO-JEଙ୍କୁ ଚଲାଇଲେ ଗାଁ ଲୋକେ... ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 15, 2021 IST

ଟାଙ୍ଗୀ ୧୫।୯: ଗାଁର ରାସ୍ତା କାଦୁଅ ପଚ-ପଚ । ଲୋକମାନେ ହେଉଛନ୍ତି ହିନସ୍ଥା, ନିର୍ଦ୍ଧାରିତ ସମୟରେ ହୋଇପାରିଲା ନାହିଁ ରାସ୍ତା ନିର୍ମାଣ । ତେଣୁ ଦୁର୍ଦ୍ଦଶା ଭୋଗୁଛନ୍ତି ଗାଁ ଲୋକ । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଉପୁଜିଛି ସମସ୍ୟା । ତେଣୁ ବିଭାଗୀୟ ଅଧିକାରୀଙ୍କୁ ପାନେ ଦେବା ପାଇଁ ଗାଁଲୋକେ ସୁଯୋଗ ଅପେକ୍ଷାରେ ଥିଲେ ।  ଠିକ୍ ଏତିକି ବେଳକୁ ବର୍ଷା ପରେ କିଭଳି ରହିଛି ରାସ୍ତା ଅବସ୍ଥା ତାହାର ଅନୁଧ୍ୟାନ କରିବା ପାଇଁ ଗାଁରେ ପହଞ୍ଚିଗଲେ ବିଭାଗୀୟ ଅଧିକାରୀ ।  ରାସ୍ତା କାମ ଶେଷ ହୋଇନଥିବା କାଦୁଅ ରାସ୍ତାରେ ଅଫିସରଙ୍କୁ ଚଲାଇଲେ । ଏପରିକି ସ୍ଥିତି ପରଖିବା ପାଇଁ କହିଲେ ।  କଷ୍ଟ ଅନୁଭବ କରିବା ପାଇଁ କହିଲେ ।

ଏ ଭିଡିଓ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅଧିନସ୍ଥ ଲେଣ୍ଡୋ ପଞ୍ଚାୟତର ଭଗବତୀପଡା ଗାଁର ଦୃଶ୍ୟ । ଜଳସେଚନ ବିଭାଗର SDO ଓ କନିଷ୍ଠ ଯନ୍ତ୍ରୀଙ୍କୁ ଲୋକମାନେ ଆଣ୍ଠୁଏ ବହଳର କାଦୁଅ ରାସ୍ତାରେ ଚଲାଇ ମଜ୍ଜା ନେଲେ ଓ ଏହାର ଭିଡିଓ ଉତ୍ତୋଳନ ମଧ୍ୟ କଲେ । ତେବେ ଏ ସଂପର୍କରେ ସଂପୃକ୍ତ ଅଫିସରମାନଙ୍କ ପ୍ରତିକ୍ରିୟା ମିଳିନାହିଁ ।

wp:embed {"url":"https://youtu.be/-WsovLAz0gk","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/-WsovLAz0gk
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.