କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଫୋନ୍ ନମ୍ବର ମାଗିବା ପଡିଲା ମହଙ୍ଗା : ଦୁଇ ଯୁବକଙ୍କୁ ଆଣ୍ଠେଇ ଆଣ୍ଠେଇ ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ

Published By : Prameya-News7 Bureau | November 05, 2019 IST

ଭଣ୍ଡାରିପୋଖରୀ ୫।୧୧:  କଲେଜ ଛାତ୍ରୀ ଙ୍କୁ ବାଇକରେ ଫଲୋ କଲେ, ମୋବାଇଲ ନମ୍ବର ମାଗିଲେ ପୁଣି କମେଣ୍ଟ ମାରିଲେ । ଶେଷରେ ଗାଁ ଲୋକଙ୍କ ହାବୁଡାରେ ପଡି କାନ ଧରି ଆଣ୍ଠେଇ ଆଣ୍ଠେଇ ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବାଲିଚତୁରୀ ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଦୁଇ ଜଣ ଯୁବକ ତିହିଡି ମହାବିଦ୍ୟାଳୟର କେତେକ ଛାତ୍ରୀଙ୍କୁ ବାରମ୍ବାର ହଇରାଣ କରୁଥିଲେ । ଶେଷରେ ଦୁଇ ଯୁବକ, ଯୁବତୀଙ୍କ ପଛେ ପଛେ ଯାଇ ସେମାନଙ୍କୁ କାମେଣ୍ଟ କରିଥିଲେ । ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ମାଗିଥିଲେ। ଗାଁଲୋକେ ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ଦୁଇ ଯୁବକଙ୍କୁ କାବୁ କରିନେଇଥିଲେ । ପରେ ଛାତ୍ରୀଙ୍କ ସାମ୍ନାରେ ଯୁବକଙ୍କୁ ପଚରାଉଚରା କରିଥିଲେ । ଉଭୟଙ୍କୁ ମାଡ ମଧ୍ୟ ମାରିଥିଲେ । ମାଡ ଖାଇବା ପରେ ଯୁବକ ଜଣଙ୍କ ସବୁ ସତ କଥା କହିଥିଲେ । ପରେ ଗାଁ ଲୋକେ ଯୁବକ ଓ ତାଙ୍କ ସାଙ୍ଗଙ୍କୁ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଳାଇଥିଲେ ।  ତିହିଡି ପୋଲିସ ଖବର ପାଇ ଦୁଇ ଯୁବକଙ୍କୁ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.