ବିବାହିତା ମହିଳାଙ୍କୁ ମହଙ୍ଗା ପଡ଼ିଲା ଲୁଚାଣିଆ ପ୍ରେମ, ଗାଁ ଲୋକେ ମିଶି କାଟି ଦେଲେ ଉଭୟଙ୍କ ନାକ

Published By : Prameya-News7 Bureau | January 28, 2020 IST

ଜନପଦ୨୮/୧: ଅବୈଧ ସଂପର୍କ ଚକ୍କର୍‌ରେ ପରିବାର ମୁହଁରେ କଳା ବୋଳିଲେ ବିବାହିତା ମହିଳା। ପ୍ରେମିକ ସହ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଗାଁ ଲୋକେ ଉଭୟଙ୍କୁ ନିର୍ଧୁମ ବାଡ଼େଇ ଥିଲେ। ବିବାହିତା ମହିଳାଙ୍କ ଏଭଳି କାର୍ଯ୍ୟ ଦେଖି ପରିବାର ଲୋକ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ପହିଞ୍ଚି ପ୍ରଥମେ ବିବାହିତା ମହିଳାଙ୍କ ନାକ କାଟିଥିଲେ। ଏବଂ ପରେ ତାଙ୍କ ପ୍ରେମିକର ନାକ କାଟି ଦେଇଥିଲେ। ମହିଳାଙ୍କ ଲୁଚାଣିଆ ପ୍ରେମ ଉଭୟଙ୍କୁ ମହଙ୍ଗା ପଡ଼ିଛି। ଅଯୋଧ୍ୟାର ଜନପଦର ଖଣ୍ଡ ପିପରା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ଏହା ପରେ ରକ୍ତାକ୍ତ ଅବସ୍ଥାରେ ବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ କେହି ଜଣେ  ଘଟଣା ସଂପର୍କରେ ପୋଲିସ୍‌କୁ ଅବଗତ କରାଇଥିଲେ। ଅଚାନକ ପୋଲିସ୍‌ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଖଣ୍ଡ ପିପରା ଗାଁର ୩୦ ବର୍ଷ ବୟସ୍କା ବିବାହିତା ମହିଳା ଏବଂ ସେହି ଗାଁର ଜଣେ ୨୩ ବର୍ଷ ବୟସ୍କ ଯୁବକଙ୍କ ମଧ୍ୟରେ ଅବୈଧ ସଂପର୍କ ଗଢ଼ି ଉଠିଥିଲା।

ସୋମବାର ବିଳମ୍ବିତ ରାତିରେ ବିବାହିତା ମହିଳା ଶୋଚ ବାହାନାରେ ବାହାରକୁ ଯାଇଥିଲେ। ସେହି ସମୟରେ ସଂପୃକ୍ତ ମହିଳାଙ୍କ ଶ୍ବଶୁର ଘର ଲୋକ ଲୁଚି ତାଙ୍କର ସବୁ କାରନାମା ଦେଖିଥିଲେ। ଘରେ ମହିଳାଙ୍କ ସ୍ବାମୀ ନଥିବାରୁ ପରିବାର ​‌ଲୋକ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ପହଞ୍ଚି ସଂପୃକ୍ତ ମହିଳା ଓ ତାଙ୍କ ୨୩ ବର୍ଷ ବୟସ୍କ ପ୍ରେମିକର ନାକ କାଟି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.