Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

କଂକ୍ରିଟ ରାସ୍ତା କାଟି ପାଇପ୍ ବିଛାଇବା କାମକୁ ଗ୍ରାମବାସୀଙ୍କ ବିରୋଧ

12/10/2020 at 5:06 PM

ଅନୁଗୋଳ ୧୨।୧୦: କଂକ୍ରିଟ ରାସ୍ତା କାଟି ପାଇପ ବିଛାଇବା କାମକୁ ବିରୋଧ କଲେ ଲକେଇପସି ଗ୍ରାମବାସୀ । ଆଖପାଖ ୧୦ଟି ଗାଁର ଲୋକ ଯାତାୟତରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଯଦି କଂକ୍ରିଟ ରାସ୍ତା ତିଆରି କରି ପାରୁନାହଁ ତେବେ କାଟିବାର ଅଧିକାର ଦେଲା କିଏ ବୋଲି କଲେ ପ୍ରଶ୍ନ । ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

କଂକ୍ରିଟ ରାସ୍ତା କାଟି ପାଇପ ବିଛାଇବା କାମକୁ ବିରୋଧ କଲେ ଲକେଇପସି ଗ୍ରାମବାସୀ । ଗାଁରେ ଥିବା ମଝି ରାସ୍ତାକୁ ପକଲିଂ ଲଗାଇ କାଟି ବଡ଼ ବଡ଼ ଗାଢ଼ କରି ବଡ଼ ବଡ଼ ପାଇପ ବିଛାଉଛନ୍ତି କଣ୍ଟ୍ରାକ୍ଟର । ଫଳରେ ଗ୍ରାମବାସୀ ଏବଂ ଆଖପାଖ ୧୦ଟି ଗ୍ରାମର ଲୋକ ସେହି ରାସ୍ତା ଦେଇ ଯାତାୟତ କରିପାରୁ ନଥିବା ଅଭିଯୋଗ ଆଣିଛନ୍ତି ।

ବହୁ ଆନ୍ଦୋଳନ ପରେ ଗାଁରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗାଁରେ କଂକ୍ରିଟ କାମ ହୋଇଥିଲା । କିନ୍ତୁ ଗାଁ ଲୋକମାନଙ୍କ ସହ ବିନା ଆଲୋଚନାରେ ଗାଁର କଂକ୍ରିଟ ରାସ୍ତାକୁ ଠିକାଦାର ଧମକ ଚମକ ଦେଇ କାଟି ପାଇପ ବିଛାଇବା କାମ କରୁଛି । ଯାହାକୁ ନେଇ ଏବେ ଗ୍ରାମବାସୀ ଅସନ୍ତୁଷ୍ଟ ହେବା ସହ ଯାତାୟତରେ ନାହିଁ ନ ଥିବା ଅସୁବିଧାର ଶିକାର ହୋଇଛନ୍ତି । ତେଣୁ ତୁରନ୍ତ ଯେଉଁ କଂକ୍ରିଟ ରାସ୍ତା କାଟିଛନ୍ତି ତାକୁ ପୁନଃ ମରାମତି କରି କଂକ୍ରିଟ ରାସ୍ତା ନିର୍ମାଣ କରନ୍ତୁ ନଚେତ୍ ପାଇପ ବିଛାଇବା କାମ ବନ୍ଦ ହେଉ ବୋଲି ଜିଦ ଧରିଛନ୍ତି ।

ସେପଟେ ଖବର ପାଇ ଠିକାଦାର ଗାଁରେ ପହଁଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି । ଗ୍ରାମବାସୀ ଯାହା କହୁଛନ୍ତି ତାହା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପାଇପ ବିଛାଇବା କାମ ଚାଲିଛି । ଏହାପରେ ପାଣି ଟେଷ୍ଟିଂ କରାଯିବ । ସେତେବେଳ ପର୍ଯ୍ୟନ୍ତ ରାସ୍ତା ମରାମତି କାମ କରାଯିବ । ପରେ ସ୍ଥାୟୀ ଭାବେ କଂକ୍ରିଟ କାମ ଚାଲିବ ବୋଲି କହିଛନ୍ତି । କିନ୍ତୁ କେବେ ଆରଡବ୍ଲୁଏସଏସର ପାଇପ ବିଛାଇବ କାମ ସରିବ ତାହା ଅନିଶ୍ଚିତ । କ’ଣ ସେତେଦିନ ପର୍ଯ୍ୟନ୍ତ ଏଭଳି ଅସୁବିଧାରେ ଲୋକମାନେ ଯାତାୟତ କରିବେ ? କାମ ହାସଲ ପରେ ଆଉ ଠିକାଦାର ଗାଁରେ ଦେଖା ଦେବେ ତ ?  ଏହା ହିଁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ତୁରନ୍ତ ରାସ୍ତା ନିର୍ମାଣର ବ୍ୟବସ୍ଥା କରନ୍ତୁ ବୋଲି ଦାବି ହେଉଛି ।

   Related Posts