Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଗାଁରେ ୪୫ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ଖୋଳାଯାଇଛି, ହେଲେ ବର୍ଷ ସାରା ପାଣିର ଅଭାବ : ୪ଟି ପଞ୍ଚାୟତବାସୀଙ୍କ ଅଭିନବ ପ୍ରତିବାଦ

29/01/2019 at 5:35 PM

ସମ୍ବଲପୁର ୨୯|୧: ଗାଁରେ ୪୫ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ଖୋଳାଯାଇଛି । ହେଲେ ବର୍ଷ ସାରା ପାଣିର ଅଭାବ । ଚାଷବାସ ଛାଡି ଲୋକେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଛନ୍ତି । ସମ୍ବଲପୁର ଯୁଯୁମରା ୪ଟି ପଞ୍ଚାୟତବାସୀ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି ।  ବାଧ୍ୟ ହୋଇ ଲୋକେ ବାଲ୍‌ଟିରେ ପାଣି ଆଣି କେନାଳରେ ପକାଇ ପ୍ରତିବାଦ କରିଛନ୍ତି ।

ଜବାବ୍‌ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଅଭିନବ ପ୍ରତିବାଦ । ଘରୁ ପାଣି ଆଣି କେନାଳରେ ପକାଇ ପ୍ରତିବାଦ କରିଛନ୍ତି ଯୁଯୁମରାର ୪ଟି ପଞ୍ଚାୟତବାସୀ । କବରାପାଲ୍ଲୀ ପଞ୍ଚାୟତ  ବାରିବନ୍ଧ କେନାଳ ଅଫିସ ସମ୍ମୁଖରେ ଚାଷୀଙ୍କୁ ଜଳ, ଗାଁକୁ ପାଣି ନାରା ଦେଇ ପ୍ରତିବାଦ କରିଛନ୍ତି ।ବାହାମ,କବରାପାଲ୍ଲୀ,ଘେନୁପାଲ୍ଲୀ,ଅଞ୍ଚଳକୁ ପାଣି ଯୋଗାଣ ହୋଇପାରୁନି ।କେନାଲ୍ ଅଛି । ହେଲେ ଧାନ ଚାଷ କଥା ଛାଡ଼ନ୍ତୁ, ପନିପରିବା ଚାଷ ବି ହୋଇପାରୁନି ।  ରେଢାଖୋଲ ବିଧାୟକ ୪୫ ଲକ୍ଷଟଙ୍କା ବ୍ୟୟରେ, ଏହି ଗାଁରେ ଏକ ବିଶାଳ ପୋଖରୀ ଖୋଳାଯାଇଛି ବୋଲି, କହୁଛନ୍ତି । ହେଲେ ବାସ୍ତବରେ ସେପରି କିଛି  କରାଯାଇନାହିଁ ।

ଚାଷୀଙ୍କ ପାଇଁ ଏତେ ଯୋଜନା ବେଳେ ପାଣି ପାଇଁ କାହିଁକି ଏତେ ସମସ୍ୟା ଭୋଗିବାକୁ ପଡ଼ୁଛି ? ନିର୍ବାଚନ ପାଖେଇ ଆସିଥିବାରୁ  ଏବେ ଚାଷୀଙ୍କ କଥା ସରକାରଙ୍କର ମନେ ପଡୁଛି ବୋଲି  ଅଭିଯୋଗ କରିଛି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା । କେନାଲ ଖନନ,ମରାମତି ନାଁରେ  ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଥିବା ବେଳେ, ରେଢାଖୋଲ ବିଧାୟକଙ୍କ ଏଥିରେ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି ।

ସରକାର ଚାଷ ଓ ଚାଷୀଙ୍କ କେତେ କଣ ଯୋଜନା କରୁଛନ୍ତି । ହେଲେ ବାସ୍ତବରେ ତାହା ଚାଷୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ କେହିନାହିଁ ।

   Related Posts