Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଜନବସତି ଅଞ୍ଚଳରେ କ୍ରସର ସ୍ଥାପନକୁ ନେଇ ଉତ୍ତେଜନା, ଗ୍ରାମବାସୀଙ୍କ ବିରୋଧ

3/10/2020 at 9:34 AM

ରାଇରଙ୍ଗପୁର ୩।୧୦: ଜନବସତି ଅଞ୍ଚଳରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ରସର ସ୍ଥାପନ ପାଇଁ ନିର୍ମାଣକୁ ନେଇ ଉତ୍ତେଜନା । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ଅଞ୍ଚଳରେ । ଗୋରୁମହିଷାଣୀ ଲୌହଖଣି ନିକଟ ୧୦ରୁ ୧୧ଟି ଗାଁର ଶତାଧିକ ଲୋକେ କ୍ରସର ସ୍ଥାପନକୁ ବିରୋଧ କରିଛନ୍ତି ।

କ୍ରସର ସ୍ଥାପନ ସ୍ଥାନରୁ ମାତ୍ର ୧୦୦ମିଟର ଦୂରତାରେ ଡାକ୍ତରଖାନା, ଜନ ବସତି, ୫୦୦ ମିଟର ଭିତର ରେଳ ଷ୍ଟେସନ, ଦୋକାନ ବଜାର ଆଦି ରହିଛି । ଏପରି କ୍ଷେତ୍ରରେ କ୍ରସର ବସିଲେ ଶବ୍ଦ ପ୍ରଦ୍ୟୁଷଣ ସହିତ ଲୌହ ଗୁଣ୍ଡ ଉଡି ଆଖପାଖ ଅଂଚଳକୁ ବ୍ୟାପିବ । ଯାହାଦ୍ବାରା ଲୋଲେ ତ ବିପଦରେ ପଡିବେ ତା ସହିତ ଶିଶୁ, ବୟସ୍କ ଲୋକଙ୍କ ସହିତ ଗୃହପାଳିତ ପଶୁମାନେ ମଧ୍ୟ ଆକ୍ରାନ୍ତ ହେବେ । ଏହାକୁ ଦୃଷ୍ଟିରେ ରଖି ଶତାଧିକ ଗ୍ରାମବାସୀ ନିର୍ମାଣ ସ୍ଥଳରେ ଲାଲ ପତାକା ଲଗାଇ ବିରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୋରୁମହିଷାଣି ଲୌହ ଖଣି ଲିଜଧାରୀ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରା ଲି ପୁନର୍ବାର ୫୦ ବର୍ଷ ପାଇଁ ମାଲିକାନା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଦ୍ବିତୀୟ ପାଳିରେ ଖଣି ମାଲିକଙ୍କ ମନମୁଖୀ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଉଛନ୍ତି । ଗୋରୁମହିଷାଣି ଥାନା ଅଧିକାରୀ ଆପୋଷ ବୁଝାମୁଣା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଜୀବନ ଜୀବିକାକୁ ନେଇ କୌଣସି ସାଲିସ କରିବେ ନାହିଁ ବୋଲି ଗ୍ରାମବାସୀ ଜିଜ୍ ଧରି ବସିଛନ୍ତି । ତେବେ କ୍ରସର ସ୍ଥାପନା ପାଇଁ ପ୍ରଦ୍ୟୁଷଣ ବିଭାଗର ଅନୁମତି ପତ୍ର ସମ୍ବନ୍ଧରେ ସ୍ଥାନୀୟ ସହକାରୀ ଖଣି ଅଧିକାରୀଙ୍କ ପାଖରେ କୌଣସି ସୂଚନା ନ ଥିବା ଜଣା ପଡ଼ିଛି ।

   Related Posts