ନବରଙ୍ଗପୁରରେ ମଣାଣି ବିବାଦକୁ ନେଇ ରାଜରାସ୍ତାରେ ଶବ ରଖି ଧାରଣାରେ ବସିଲେ ଗ୍ରାମବାସୀ

Published By : Prameya-News7 Bureau | September 20, 2018 IST

ନବରଙ୍ଗପୁର ୨୦|୯: ରାଜରାସ୍ତାରେ ଶବ ରଖି ଧାରଣାରେ ବସିଛନ୍ତି ଗ୍ରାମବାସୀ । ମଣାଣିକୁ ନେଇ ବିବାଦ ଛିଣ୍ଡୁନି କି ଶବସତ୍କାର ହୋଇପାରୁନି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ରାଇଘରରେ । ଧଡ୍ର।ପ।ର। ଓ ପତ୍ରକୋଟି ଗାଁ ମଧ୍ୟରେ ବିବାଦ ଉପୁଜିଛି । ପତ୍ରକୋଟି ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାପରେ ଶବ ଦାହ ପାଇଁ ଶ୍ମଶାନକୁ ଯିବା ବେଳେ ଧଡ୍ର।ପ।ର। ଗାଁ ଲୋକ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଦୀର୍ଘ ୨୦ ଘଣ୍ଟା ହେଲା ରାଇଘର ମୁଖ୍ୟ ରାସ୍ତା ଅବରୋଧ କରି ବସିଛନ୍ତି ଗ୍ରାମବାସୀ । ଫଳରେ ରାସ୍ତାରେ ଯ।ତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଏପଟେ ସ୍ଥାନୀୟ ଅଞ୍ଚଳରେ ଦୋକାନବଜାରକୁ ମଧ୍ୟ ବନ୍ଦ କରିଛନ୍ତି ଉତ୍ୟକ୍ତ ଲୋକେ । ଘଟଣା ସ୍ଥଳରେ ରାଇଘର ଥାନା ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଶବ ଦାହ ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ସମସ୍ୟାର ସମାଧାନ ହୋଇନାହଁ । ଜିଦ୍ ରେ ଅଡି ବସିଛନ୍ତି ଗ୍ରାମବାସୀ । ଯେ ପର୍ଯ୍ୟନ୍ତ ସେମାନଙ୍କ ଶବ ଦାହ ପାଇଁ ଜାଗା ଚିହ୍ନଟ କରାନଯାଇଛି ସେପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଗାଁଲୋକ କହିଛନ୍ତି । ଘଟଣା ସ୍ଥଳରେ ୨ ପ୍ଲାଟୁନ ପୋଲିସ ସହ ରାଇଘର ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.