ସୋସିଆଲ ମିଡିଆରେ ମହାପୁରୁଷ ମହମ୍ମଦଙ୍କ କାଳ୍ପନିକ ଫଟୋ ପଠାଇବାକୁ ନେଇ ଉତ୍ତେଜନା ; ପୀରବଜାରରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 23, 2018 IST

ସାଲେପୁର ୨୩|୧୧:  ସାଲେପୁରରେ ମହମ୍ମଦଙ୍କ ଫଟୋକୁ ନେଇ ଉତ୍ତେଜନା ଦେଖାଦେଇଛି । ସୋସିଆଲ ମିଡିଆରେ ମହାପୁରୁଷ ମହମ୍ମଦଙ୍କ ଫଟୋ ପଠାଇବାକୁ ନେଇ ପୀରବଜାରରେ ଉତ୍ତେଜନା ପ୍ରକାଶ ପାଇଛି । କଟକ-ଚାନ୍ଦବାଲି ରାସ୍ତାରେ ଉତ୍ତ୍ୟକ୍ତ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଜଗତପୁର ଥାନାରେ ୨ଟି ମାମଲା ଦାଏର ହୋଇଛି । ଟାଙ୍ଗୀ ଥାନାରେ ଗୋଟିଏ ମାମଲା ଦାଏର ହୋଇଛି । ସୋସିଆଲ ମିଡିଆରେ ଫଟୋ ପଠାଇଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରାଯାଉଛି । ସୂଚନା ଅନୁସାରେ ଜଣେ ବ୍ୟକ୍ତି ମହାପୁରୁଷ  ମହମ୍ମଦଙ୍କ ଏକ କାଳ୍ପନିକ ଫଟୋ ଚିତ୍ର ସୋସିଆଲ ମିଡିଆରେ ପଠାଇଥିଲେ । ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଗତକାଲି ଗୁଜରପୁର ଏବଂ ଭୟରପୁର ଗ୍ରାମବାସୀ ମିଶି ଜଗତପୁର ଥାନାରେ ଏତଲା ଦେଇଥିଲେ । ଟାଙ୍ଗୀ ଥାନାରେ ମଧ୍ୟ ଏନେଇ ଏକ ଏତଲା ଦିଆଯାଇଥିଲା । ଏତଲା ଦେବାର ୨୪ଘଣ୍ଟା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାରୁ ଉତ୍ତେଜନା ତୀବ୍ରତର ହୋଇଛି । ଏଭଳି ଧର୍ମକୁ ଅସମ୍ମାନ କରିଥିବା ବ୍ୟକ୍ତିକୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି । ପୀରବଜାରରେ ଶହ ଶହ ଲୋକ ଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.