Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ରେଳ ଲାଇନ କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ : ଘଟଣାସ୍ଥଳରେ ଚାପା ଉତ୍ତେଜନା, ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ ଓ ପ୍ରଶାସନ

13/09/2020 at 10:50 AM

ଅନୁଗୁଳ ୧୩।୦୯: ରେଲୱେ ଲାଇନ କାର୍ଯ୍ୟକୁ ବିରୋଧ  । ରେଳ ଲାଇନ କାର୍ଯ୍ୟକୁ ବିରୋଧ କରିଛନ୍ତି ପାରିପରା ଗ୍ରାମବାସୀ । ଘଟଣାସ୍ଥଳରେ ଚାପା ଉତ୍ତେଜନା ରହିଛି। ଘଟଣାସଂପର୍କରେ ଖବର ପାଇଁ ପୋଲିସ  ଓ ପ୍ରଶାସନ ପହଞ୍ଚି ଗ୍ରାମବାସୀମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

ଜରପଡା-କେରଜାଙ୍ଗ ସେକ୍ସନ ରେଲୱେ ଲାଇନର ଦୋହରି କରଣ କାର୍ଯ୍ୟକୁ ବିରୋଧ କରୁଛନ୍ତି ପାରିପରା ଗ୍ରାମବାସୀ। ଯାହାଫଳରେ କି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଇଛି ।  ସୁରକ୍ଷାଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୃତୟନ ହେବା ସହ ସ୍ଥାନୀୟ ଲୋକମାନକୁ ବୁଝାସୁଝା କରୁଛନ୍ତି ପ୍ରଶାସନ।

 ତେବେ ଯେଉଁଠାରେ ଲାଇନ କ୍ରସ କରୁଛି,  ସେହି ଠାରୁ ୪ଶହ ମିଟର ଦୂରରେ ଗ୍ରାମବାସୀ ଯିବା ପାଇଁ ପୋଲ ତଳ ରାସ୍ତା (Road under Bridge) ତିଆରି ହେଉଛି । ଏହାସହିତ ଆପ୍ରୋଚ ରୋଡ଼ ମଧ୍ୟ ତିଆରି ହେଉଛି।  କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ଗ୍ରାମବାସୀଙ୍କ ମତରେ, ଯେଉଁଠାରେ ରୋଡ଼ ଲାଇନ କ୍ରସ କରୁଛି ସେହିଠାରେ ବ୍ରିଜ ତିଆରି ହେଉ। ନ ହେଲେ କାମ ବନ୍ଦ ହେବ ବୋଲି ଜିଦ ଧରିଛନ୍ତି।

ଏଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ଅବଗତ ଅଛନ୍ତି। ତେଣୁ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । ଶତାଧିକ ପୁରୁଷ ଏବଂ ମହିଳାମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଛନ୍ତି। ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ବୁଝାସୁଝା କରାଯାଇଛି ବୋଲି ପୋଲିସ ପ୍ରଶାସନ କହିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ରହିଛି।

   Related Posts