ବେଦାନ୍ତ ରିଫାଇନାରୀ ମୁଖ୍ୟ ଗେଟ୍ ସମ୍ମୁଖରେ ବସନ୍ତପଡା ଗ୍ରାମବାସୀଙ୍କ ଧାରଣା

Published By : Prameya-News7 Bureau | January 17, 2019 IST

କଳାହାଣ୍ଡି ୧୭|୧: ଲାଞ୍ଜିଗଡ ବେଦାନ୍ତ ରିଫାଇନାରୀ ମୁଖ୍ୟ ଗେଟ୍ ସମ୍ମୁଖରେ ବସନ୍ତପଡା ଗ୍ରାମବାସୀଙ୍କ ଧାରଣା । କଂପାନୀର ନାଲି କାଦୁଅ ପୋଖରୀ ପ୍ରଦୁଷଣ ପାଇଁ ଗ୍ରାମବାସୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର କହିଲା ପରେ ମଧ୍ୟ କଂପାନୀ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ମାମଲାରେ ପ୍ରଶାସନ ହସ୍ତକ୍ଷେପ କରିବା ଦାବିରେ ଗ୍ରାମବାସୀଙ୍କ ଦ୍ବାରା ଧାରଣା ଦିଆଯାଇଛି । କଂପାନୀର ନାଲି କାଦୁଅ ପୋଖରୀ ପ୍ରଦୁଷଣ ପାଇଁ ଗୁଣ୍ଡ ଦ୍ବାରା ଗାଁର ଅନେକ ଲୋକ ଶ୍ବାସ ଜନିତ ରୋଗରେ ପୀଡିତ ହେଉଛନ୍ତି । ତେଣୁ ଗାଁକୁ ସ୍ଥାନାନ୍ତର ପାଇଁ ପ୍ରସାଶନ ହସ୍ତକ୍ଷେପ ଦାବି କରୁଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.