ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ପୋଲିସ ହାତ ଖାଲି ; ହିନ୍ଦୋଳ ଉପଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ

Published By : Prameya-News7 Bureau | January 10, 2019 IST

ହିନ୍ଦୋଳ ୧୦|୧: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଏନଏସି ଅନ୍ତର୍ଗତ ରାଜମୋହନପୁର ଗ୍ରାମର  ନାବାଳିକା ସୋନାଲି ବେହାରାକୁ ଗତ ୨୪ ତାରିଖରୁ ଅପହରଣ ଓ ପରେ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ପକାଇବା ଘଟଣାରେ ହିନ୍ଦୋଳ ପୋଲିସର ହାତ ଖାଲି । ପୋଲିସ ଆଜି ପର୍ଯ୍ୟନ୍ତ  କୌଣସି ଦୋଷୀକୁ ନଧରିପାରିବା ଏବଂ ତଦନ୍ତରେ ବି କୌଣସି ଖିଅ ନପାଇବା ଆଦି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ପ୍ରଶାସନ ଦୋଷୀଙ୍କୁ ଘଣ୍ଟ ଘୋଡାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରି ଆଜି ହିନ୍ଦୋଳ ଉପଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଶହ ଶହ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  ।ସହକାରୀ ଜିଲ୍ଲାପାଳ ଗଜାନନ ପ୍ରଧାନ ଦାବି ପତ୍ର ଗ୍ରହଣ କରି ଆଗାମି ୭ ଦିନ ଭିତରେ ଦୋଷିଙ୍କୁ ଧରାଯିବା  ନେଇ ପ୍ରତିଶୃତି ଦେବାପରେ ବିକ୍ଷୋଭ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.