ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | April 20, 2021 IST

ଆଠମଲ୍ଲିକ ୨୦।୪: ଆଠମଲ୍ଲିକ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ସୋମବାର ରାତି ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଆଠମଲ୍ଲିକ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଓଲଥ ଗ୍ରାମବାସୀ ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ଗ୍ରାମବାସୀ ପର୍ବତୀଗିରି ମେଗା ଜଳ ପ୍ରକଳ୍ପକୁ ଓଲଥରୁ ପତାକା ଗ୍ରାମକୁ ସ୍ଥାନାନ୍ତରକୁ ବିରୋଧ କରିବା ପାଇଁ ରାସ୍ତାରୋକ କରିଥିଲେ । ଏହି ରାସ୍ତାରୋକ ସମୟରେ ଗ୍ରାମବାସୀ ପୋଲିସ ଉପରେ ଆକ୍ରମଣ କରିବାରୁ ପୋଲିସ ୫୯ ଜଣଙ୍କୁ ଆଠମଲ୍ଲିକ ଥାନାକୁ ନେଇ ଆସିଥିଲେ ।

ପରେ ସନ୍ଧ୍ୟାରେ ୬ ଜଣ ପୁରୁଷ ଓ ୪ ଜଣ ମହିଳାଙ୍କର ନାଁରେ କେଶ ରୁଜୁ କରାଇ ଜେଲକୁ ପଠାଇ ଦେଇଥିଲେ । ୧୧ ଜଣକୁ ବଣ୍ଡ୍ ପେପରରେ ସାଇନ କରାଇ ଛାଡି ଦେଇଥିଲେ । ଏହି ଘଟଣାକୁ ନେଇ ମହିଳାମାନେ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ ଓ ରାତି ୮ଟା ବେଳକୁ ମହିଳାମାନେ ଘରକୁ ଚାଲି ଯାଇଥିବାର ଦେଖିବାକୁ ମିଳିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.