ସୋର ଅନନ୍ତପୁର ମେଡିକାଲରେ ଡାକ୍ତର କମ୍ ଥିବା ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

Published By : Prameya-News7 Bureau | November 07, 2018 IST

ଭଦ୍ରକ ୭|୧୧:  ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ଅନନ୍ତପୁର ମେଡିକାଲରେ ଡାକ୍ତର ନଥିବା ପ୍ରତିବାଦରେ ସ୍ଥାନୀୟଲୋକଙ୍କ ଧାରଣା ଦେଇଛନ୍ତି। ମେଡିକାଲରେ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ତେଣୁ ଜଣେ ଡାକ୍ତରଙ୍କୁ ନେଇ ଏହି ଡାକ୍ତରଖାନା ଚାଲୁଥିବାରୁ ରୋଗୀମାନେ ବହୁତ ହଇରାଣ ହରକତ ହେଉଛନ୍ତି। ଫଳରେ ଏହାର ପ୍ରତିବାଦ କରି ଶତାଧିକ ଗ୍ରାମବାସୀ ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରିବା ସହିତ ଧାରଣା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.