ବେଆଇନ ଗଛ କଟାକୁ ନେଇ ରେଞ୍ଜ କାର୍ଯ୍ୟାଳୟ ଘେରିଲେ ଶତାଧିକ ଗ୍ରାମବାସୀ

Published By : Prameya-News7 Bureau | October 09, 2020 IST

ପାଟଣା ୯।୧୦: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖମୁଆଁ ଗ୍ରାମରେ ବେଆଇନ ଗଛ କଟାକୁ ନେଇ ପାଟଣା ରେଞ୍ଜ ଅଫିସ ଘେରିଛନ୍ତି ଖମୁଆଁ ଗ୍ରାମର ଶତାଧିକ ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ପାଟଣା ରେଞ୍ଜ ଅଧିନ ଖମୁଆଁ ଗ୍ରାମରେ ଜଙ୍ଗଲ ଜମି ପଟ୍ଟା କରିବାକୁ ନେଇ ୧୦ ରୁ ୧୫  ଏକର ଜାଗାରେ ବେଆଇନ ଭାବରେ କଟା ଯାଇଛି ଶତାଧିକ ଗଛ । ଗଛ କଟାକୁ ନେଇ  ପାଟଣା ରେଞ୍ଜର ଓ ଫରେଷ୍ଟରକୁ ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ଆଜି ରେଞ୍ଜ ଅଫିସ କାର୍ଯ୍ୟାଳୟକୁ  ଖମୁଆଁ ଗ୍ରାମବାସୀ ଘେରାଉ କରିଛନ୍ତି । ଏସମ୍ପର୍କରେ ପାଟଣା ରେଞ୍ଜର ପବିତ୍ର ନାଏକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.