ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ବନ ବିଭାଗ କାର୍ଯ୍ୟାଳୟ ଆଗରେ ଶବ ରଖି ପ୍ରତିବାଦ

Published By : Prameya-News7 Bureau | October 23, 2020 IST

ଉଦଳା ୨୩।୧୦: ବନ ବିଭାଗ ବିଟ୍ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ କରିଛନ୍ତି ସ୍ଥାନୀୟ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ରେଞ୍ଜ ପୋଡାଡିହା ଫରେଷ୍ଟ ବିଟ୍ କାର୍ଯ୍ୟାଳୟ ସମ୍ମୁଖରେ ।

{"id":349325,"sizeSlug":"large"}

ସୂଚନାଯୋଗ୍ୟ ଯେ, କପ୍ତିପଦା ଥାନା ନଛିପୁର ଗ୍ରାମର ଗଜେନ୍ଦ୍ର ନାଏକ ଗତ ୯ ତାରିଖ ଦିନ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲକୁ ଯାଇ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ୩ ଦିନ ତାଙ୍କୁ ଖୋଜିଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳିନଥିଲା । ପରେ ଗଜେନ୍ଦ୍ର ଗୁରୁତର ହୋଇ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ ପୋଡାଡିହା ବନ ବିଭାଗର କର୍ମଚାରୀ । ବାରିପଦା ମେଡିକାଲରୁ ତାଙ୍କୁ କଟକ ନେଇ ଚିକିତ୍ସା କରାଇଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗ କର୍ମଚାରୀ ଗଜେନ୍ଦ୍ରଙ୍କୁ ପିଟି ପିଟି ଗୁରୁତର କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଏବଂ ପରିବାର ଲୋକେ କ୍ଷତିପୂରଣ ଦାବି କରି ଶବ ରଖି ବିକ୍ଷୋଭ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.