Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଜମି ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

19/06/2019 at 3:25 PM

ବୀରମହାରାଜପୁର ୧୯|୬: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଜଟେସିଂହା ଗାଁଲୋକେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଗାଁର ତଥା ପଡୋଶୀ ଗାଁର ଅନେକ ଲୋକ ଗାଁର ସରକାରୀ ରାଜସ୍ବ ଓ ଜଂଗଲ ଜମି ଜବରଦଖଲ କରିଥିବା ବେଳେ ସେସବୁ ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  । ଏପରିକି ଜଣେ ଗ୍ରାମବାସୀ ଗାଁ ମୁଣ୍ଡରେ ସରକାରୀ ଜମିରେ ଯାଇଥିବା ଏକ ରାସ୍ତା ଅବରୋଧ କରିଥିବା ଫଳରେ ଗାଁ ଲୋକଙ୍କ ସମସ୍ୟା ହେଉଥିବା ଘଟଣାକୁ ତହସିଲଦାରଙ୍କ ଦୃଷ୍ଟିକୁ ଆଣିଛନ୍ତି  । ଲୋକେ ଶହ ଶହ ଏକର ସରକାରୀ ରାଜସ୍ବ ଓ ଜଂଗଲ ଜମିକୁ ନିଜର ଦଖଲକୁ ନେଇଥିବା ବେଳେ ଗାଁ ଲୋକଙ୍କୁ ଯିବା ଆସିବା ପାଇଁ ରାସ୍ତା ବି ଅବରୋଧ କରୁଛନ୍ତି  । ଫଳରେ ଗାଁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଜଟେସିଂହା ଗାଁର ବୈଶାଖୁ ପ୍ରଧାନଙ୍କ ନେତୃତ୍ବରେ ଗାଁଲୋକେ ତହସିଲଦାରଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି  । ତହସିଲଦାର ରାଜସ୍ବ ନୀରିକ୍ଷକଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଜମିରୁ ତୁରନ୍ତ ଜବରଦଖଲକାରୀଙ୍କୁ ହଟାଇବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

   Related Posts