Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଏମସିଏଲ ବିରୋଧରେ ଦର୍ଲିପାଲି ଗ୍ରାମବାସୀଙ୍କ ଆମରଣ ଅନଶନ ସପ୍ତମ ଦିନରେ

4/07/2021 at 4:57 PM

ଝାରସୁଗୁଡା ୪।୭: ନିଜ ଭିଟାମାଟିକୁ ହରାଇ ଜଳକା ସାଜିଲେ ଦର୍ଲିପାଲି ଗ୍ରାମବାସୀ । ୧୯୮୯ ମସିହାରେ ଏମସିଏଲ ପକ୍ଷରୁ ଲଖନପୁର ଖୋଲାମୁହଁ କୋଇଲା ଖଣି ପାଇଁ ଦର୍ଲିପାଲି ଗ୍ରାମର ୨୭୫ ହେକ୍ଟର ଜମିକୁ ଅଧିଗ୍ରହଣ  କରାଯାଇଥିଲା । କିନ୍ତୁ ଏମସିଏଲ ନିଜର ଆବଶ୍ୟକତା ନଥିବା ଦର୍ଶାଇ ଜମିକୁ ନିଜ ଅକ୍ତିଆରକୁ ନେଇ ନଥିଲା । କିନ୍ତୁ ଏହା ଭିତରେ ୩୨ ବର୍ଷ ବିତିଯାଇଥିବା ସତ୍ତ୍ଵେ ଏମସିଏଲ କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କ ଜମିକୁ ଅଧିଗ୍ରହଣ କରି ସାରି ସେମାନଙ୍କ ଜମିର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ଦେଇ ପାରିନି । ଏପରିକି ସେମାନଙ୍କୁ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତିରେ ନିଯୁକ୍ତି ଦିଆଯାଇନି । ୨୦୧୭ ମସିହାରେ ଏମସିଏଲ କର୍ତ୍ତୃପକ୍ଷ ପୋଲିସର ନାଲି ଆଖି ଦେଖାଇ ଦର୍ଲିପାଲି ଗ୍ରାମରେ ଥିବା ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ କୋଇଲା ଖଣି ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ଦର୍ଲିପାଲି ଗ୍ରାମର ୫୯ ହେକ୍ଟର ଜମିକୁ ନିଜ ଅକ୍ତିଆରକୁ ନେଇଥିଲା ଏମସିଏଲ ।

ସେତେବେଳେ ସାଧାରଣ ଲୋକେ ନିଜ ଭିଟାମାଟିକୁ ଆଖିଆଗରେ ଡୋଜର ଲଗାଇ ଦେବାବେଳେ କେବଳ ଦେଖୁଥିଲେ । କିଛି ଲୋକେ ବିରୋଧ କରିବାକୁ ସାହସ ଜୁଟାଇ ଗିରଫ ମଧ୍ୟ ହୋଇଥିଲେ । ଏହାରି ଭିତରେ ଏମସିଏଲର ଖଣି କାର୍ଯ୍ୟ ସକାଶେ ଜମିର ଅଭାବ ଦେଖିବାକୁ ମିଳିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଦର୍ଲିପାଲି ଗ୍ରାମକୁ ଉଠାଇବାକୁ ଲାଗିଛି ଏମସିଏଲ । କିନ୍ତୁ ଦର୍ଲିପାଲି ଗ୍ରାମର ବିସ୍ଥାପିତଙ୍କୁ ଜମିର ପ୍ରାପ୍ୟ ପ୍ରଦାନ ସହ ସେମାନଙ୍କ ପରିବାର ବର୍ଗଙ୍କୁ ଚାକିରୀ ପ୍ରଦାନ ପାଇଁ ଜିଲ୍ଲା ପାରିପାର୍ଶ୍ବିକ ଉନ୍ନୟନ କମିଟି ବୈଠକର ନିଷ୍ପତ୍ତି ନ ମାନିବାକୁ ନିଷ୍ପତ୍ତି ନେବା ପରେ ଗତ ୨୮ ତାରିଖରୁ ଆମରଣ ଅନଶନରେ ବସିଛନ୍ତି ଗ୍ରାମର ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ।

ଝାରସୁଗୁଡା ଜିଲ୍ଲାରେ ବିସ୍ଥାପନ ସମସ୍ୟା ଲୋକଙ୍କ ପିଛା ଛାଡୁନି । କେତେବେଳେ ହୀରାକୁଦ ନଦୀବନ୍ଧ ପାଇଁ ତ କେତେବେଳେ କୋଇଲା ଖଣି ଓ ଶିଳ୍ପାନୁଷ୍ଠାନ ସ୍ଥାପନା ସକାଶେ କରାଯାଉଛି ବିସ୍ଥାପିତ । ଦର୍ଲିପାଲି ଲୋକଙ୍କ ସମସ୍ତ ଜମିକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ଏମସିଏଲ । ୩୨ ବର୍ଷ ମଧ୍ୟରେ ଏମସିଏଲ ଲୋକଙ୍କ ନାର୍ଯ୍ୟ ଦାବିକୁ ପୂରଣ କରିବାରେ ବିଫଳ ହୋଇଥିବା ବେଳେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ଦର୍ଲିପାଅଲି ଲୋକଙ୍କ ସମସ୍ତ ଦାବି ପୂରଣ କରିବାକୁ ଗତ ଅପ୍ରେଲ ମାସରେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଆରପିଡିଏସି ବୈଠକରେ ସାଂସଦ, ସ୍ଥାନୀୟ ବିଧାୟକ ଓ ବିସ୍ଥାପିତ ଲୋକଙ୍କ ସମ୍ମୁଖରେ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ୨୦୧୮ ମସିହାକୁ କଟ୍ ଅଫ୍ ଡେଟ୍ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା ।

କିନ୍ତୁ ଏମସିଏଲ ବୋର୍ଡ ଏହି ନିଷ୍ପତ୍ତିକୁ ଖାରଜ କରିବା ପରେ ରାଜ୍ୟ ସରକାରଙ୍କ ଆଇନକୁ ଖୋଲାଖୋଲି ଭାବେ ଅମାନ୍ୟ କରିବା ପ୍ରତିବାଦରେ ଦର୍ଲିପାଲିବାସୀ ଆନ୍ଦୋଳନ ଆରମ୍ଭ କରି ଏହା ଦାବି ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ଏହି ଆନ୍ଦୋଳନସ୍ଥଳରେ ସ୍ଥାନୀୟ ବିଧାୟକ କିଶୋର ମହାନ୍ତି ପହଞ୍ଚି ଏମସିଏଲ ସରକାରୀ ଆଇନ ନମାନିଲେ ତାକୁ କାଏମ କରାଇବାକୁ ଦିଆଯିବନି ବୋଲି ରୋକଠୋକ୍ ଭାବେ କହି ଲୋକଙ୍କ ଆନ୍ଦୋଳନକୁ ନିଜର ସମର୍ଥନ ଘୋଷଣା କରିଛନ୍ତି ।

   Related Posts