Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ସେଲ୍‌ଟର ହୋମ୍‌ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଘଟଣା : ମାଲିକକୁ ଗିରଫ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ମନ୍ତ୍ରୀ କହିଲେ ବେଆଇନଭାବେ ଚାଲିଥିଲା କେନ୍ଦ୍ର

1/12/2018 at 2:47 PM

ଢେଙ୍କାନାଳ ୦୧|୧୨: ଢେଙ୍କାନାଳ ଗୁଡ ଇଣ୍ଡିଆ ମିସନାରୀ ସଂସ୍ଥା ଖୋଲିଥିବା ଡ୍ରିମ ହାଉସ୍ ସେଲଟର ହୋମ୍ ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ତନାଘନା ଆରମ୍ଭ ହୋଇଯାଇଛି । ଉପଜିଲ୍ଲାପାଳ ଓ ଡିସିପିଓ ଘଟଣାସ୍ଥଳରେ ପହଞ୍ଚି ଅନ୍ତେବାସୀଙ୍କୁ ପଚରାଉଚରା କରିଛନ୍ତି । ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମହିଳା ଏ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ସେଲଟର ହୋମ୍ କୁ ବେଆଇନ ବୋଲି କହିଛନ୍ତି ମନ୍ତ୍ରୀ । ସେଲଟର ହୋମ୍ ଚଳାଇଥିବା ସଂସ୍ଥା ପଞ୍ଜିକୃତ ହୋଇନାହିଁ । ସେଲଟର ହୋମ୍ ପାଇଁ ବିଭାଗକୁ ଅନୁମତି ମାଗିଥିଲେ । ମାତ୍ର ତାଙ୍କୁ ଅନୁମତି ଦିଆଯାଇନାହିଁ । ବେଆଇନ ଭାବେ ସଂସ୍ଥା କରି ପିଲାମାନଙ୍କୁ ରଖିଥିଲେ । ସେଠାରେ ଥିବା ୬୨ ପିଲାଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ରାଜ୍ୟରେ ସଂପୃକ୍ତ ସଂସ୍ଥାର ୨୨ରୁ ଅଧିକ ଶାଖା ଅଛି । ସେଲଟର ହୋମ୍ ବନ୍ଦ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସଂସ୍ଥାର ଇନଚାର୍ଜ ଗିରଫ ହୋଇଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁଡ ଇଣ୍ଡିଆ ମିସନାରୀ ସଂସ୍ଥା ଖୋଲିଥିବା ଡ୍ରିମ ସେଣ୍ଟର ଇନଚାର୍ଜଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଥିଲା । ଢେଙ୍କାନାଳ ବେଲଟିକିରି ଗାଁ ନିକଟରେ ଥିବା ଏହି ସେଣ୍ଟରରେ ନାବାଳକ ଓ ନାବାଳିକାମାନଙ୍କୁ ରଖି ସେମାନଙ୍କୁ ଅସଦାଚରଣ କରୁଥିବା ଭଳି ଗୁରୁତର ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ଆଧାରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ସେଣ୍ଟର ଉପରେ ଚଢାଉ କରାଯାଇଥିଲା ।  ଏହାର ଇନଚାର୍ଜ ସୀମାଞ୍ଚଳ ନାୟକଙ୍କୁ ଢେଙ୍କାନାଳ ସଦର ପୋଲିସ ଗିରଫ କରିଥିଲା । ଏହି ସେଣ୍ଟରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୬ଜଣ ନାବାଳିକାଙ୍କ ସମେତ ମୋଟ୍ ୯୬ଜଣ ଅନାଥ ପିଲାଙ୍କୁ ରଖାଯାଇଛି । ତେବେ ଏହି ସେଣ୍ଟର ଇନଚାର୍ଜ, ଅନ୍ତେବାସୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରିଥିଲେ ଅନ୍ତେବାସୀଙ୍କଠାରୁ ଆରମ୍ଭ କରି କର୍ମଚାରୀ। ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଢେଙ୍କାନାଳ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

ଆଜି ସ୍ଥାନୀୟ ଲୋକେ ସେଣ୍ଟରର ମାଲିକ ଫୈଜ ରେହମାନଙ୍କୁ ଗିରଫ ସହ ସେଲଟର ହୋମକୁ ବେଲଟିକିରି ଗାଁ ନିକଟରୁ ଉଠାଇବା ଦାବିରେ ସ୍ଥାନୀୟଲୋକ ରାସ୍ତାରୋକ କରିଛନ୍ତି ।

   Related Posts