ଗ୍ରାମ୍ୟ ଜଂଗଲରୁ ଜବରଦଖଲ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ
31/10/2019 at 4:33 PM

ସୋନପୁର ୩୧|୧୦: ଗ୍ରାମ୍ୟ ଜଂଗଲକୁ ଦୀର୍ଘ ଦିନରୁ ବେଆଇନ ଭାବେ ଜବରଦଖଲ କରିଛନ୍ତି କିଛି ଅସାମାଜିକ ବ୍ୟକ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଫଳ କିଛି ନହେବାରୁ ଶେଷରେ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହେଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଚଢେଇପଙ୍କ ମୌଜାର ୬୧ ଏକର ଗ୍ରାମ୍ୟ ଜଂଗଲ ଜମିକୁ ବାହରୁ ଆସି କିଛିଲୋକ ଜବରଦଖଲ କରିଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନର ଦ୍ବାରସ୍ଥ ହେବା ସହ ହାଇକୋର୍ଟର ଦ୍ବାରସ୍ଥ ମଧ୍ୟ ହେଲେ । ତିନି ମାସ ମଧ୍ୟରେ ଜବରଦଖଲ ଉଚ୍ଛେଦ କରିବାକୁ ହାଇକୋର୍ଟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ଆଜିଯାଏଁ କାର୍ଯ୍ୟକାରୀ ହେଲାନାହିଁ । ଏଣୁ ଜବରଦଖଲକାରୀଙ୍କୁ ତୁରନ୍ତ ଉଚ୍ଛେଦ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି । ଶୀଘ୍ର ହାଇକୋର୍ଟଙ୍କ ନିୟମକୁ ପାଳନ କରିବା ସହ ଜବରଦଖଲ ଉଚ୍ଛେଦ କରାନଗଲେ ଆନ୍ଦୋଳନର ଧମକ ଦେଇଛନ୍ତି ଗ୍ରାମବାସୀ ।